Latest News

ବିଶ୍ୱର ଦ୍ୱିତୀୟ ବୟସ୍କ ମହିଳାଙ୍କ ୧୧୬ ବର୍ଷରେ ପରଲୋକ

ରାଷ୍ଟ୍ରଦୀପ 18/03/2024ବିଶ୍ୱ ବାତାୟନ

ବିଶ୍ୱର ଦ୍ୱିତୀୟ ବୟସ୍କା ମହିଳାଙ୍କର ୧୧୬ବର୍ଷ ବୟସରେ ଜାପାନ କାଶିବାରାର ଏକ ନର୍ସିଂହୋମରେ ପରଲୋକ ଘଟିଛି । ସେ ଜାପାନର ସବୁଠୁ ବୟସ୍କ ମହିଳା ଥିଲେ । ଏହି ମହିଳାଙ୍କ ନାମ ହେଉଛି ଫୁସା ତାତସୁମୀ । ମଙ୍ଗଳବାର ଦିନ ସେ ତାଙ୍କର ପସନ୍ଦର ଖାଦ୍ୟ ବିନ-ପେଷ୍ଟ ଜେଲି ଖାଇବାର ଇଚ୍ଛା ଜାହିର କରିଥିଲେ, ଆଉ ଏହା ଖାଇବା ପରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଦୁଇଟି ବିଶ୍ୱଯୁଦ୍ଧ ଏବଂ ବିଶ୍ୱର ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାକ୍ଷୀ ବନିଥିବା ତାତସୁମୀଙ୍କୁ ଗତବର୍ଷ କେନ୍ ତନାକାଙ୍କ ୧୧୯ବର୍ଷରେ

ମୃତ୍ୟୁ ପରେ ଜାପାନର ସବୁଠୁ ବୟସ୍କ ବ୍ୟକ୍ତିର ମାନ୍ୟତା ପ୍ରଦାନ କରାଯାଇଥିଲା । ଗିନିଜ ବୁକ୍ ମଧ୍ୟ ଏହି ମାନ୍ୟତାକୁ ସ୍ୱୀକାର କରିଛି । ୧୯୦୭ ମସିହାରେ ତାତସୁମୀଙ୍କର ଜନ୍ମ ହୋଇଥିଲା ବେଳେ ତାଙ୍କର ତିନି ସନ୍ତାନ ମଧ୍ୟ ଥିଲେ । ପୂର୍ବରୁ ସେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡିନଥିଲା ବେଳେ ୭୦ବର୍ଷ ବୟସ ବେଳେ ଘରେ ପଡି ତାଙ୍କ ଅଣ୍ଟାହାଡ ଭାଙ୍ଗି ଯାଇଥିଲା । ଫଳରେ ଅଧିକାଂଶ ସମୟ ତାଙ୍କୁ ଡାକ୍ତରଖାନା ବେଡରେ ରହିବାକୁ ପଡୁଥିଲା । ସେ ବଗିଚା କାମ ପ୍ରତି ଅଧ୍‌ôକ ରୁଚି ରଖୁଥିଲେ ।

Flip Book Link:

Related Post