Latest News

ପୁରୁଣା ପ୍ରଜାତିର ଝିଟିପିଟି ୪୨ ବର୍ଷ ପରେ ଚିହ୍ନଟ

ରାଷ୍ଟ୍ରଦୀପ 25/03/2024ବିଶ୍ୱ ବାତାୟନ

 ଅଷ୍ଟ୍ରେଲିଆରେ ଏକ ସାପ ପରି ଝିଟିପିଟି ଆବିଷ୍କୃତ ହୋଇଛି, ଯାହା ୪୨ ବର୍ଷ ପୂର୍ବେ ଶେଷ ଥର ଦେଖାଯାଇଥିଲା । କୁଇନ୍ସଲ୍ୟାଣ୍ଡ ସଂଗ୍ରହାଳୟର ଅନୁସନ୍ଧାନକାରୀ ଜେମ୍ସ କୁକ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏହି ବିରଳ ପ୍ରଜାତିର ଝିଟିପିଟିକୁ ଆବିଷ୍କାର କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆର କେର୍ନସ୍ ସହରଠାରୁ ପ୍ରାୟ ୩୦୦ କିଲୋମିଟର ଦକ୍ଷିଣରେ ଥିବା ମାଉଣ୍ଟ ସରପ୍ରାଇଜ୍ ନିକଟରେ ୫ ବର୍ଗ କିଲୋମିଟର କ୍ଷେତରେ ଥିବା ଲ୍ୟୋନ୍ ଗ୍ରାସଲ୍ୟାଣ୍ଡରେ ଏହ

ି ଝିଟିପିଟି ଦେଖିବାକୁ ମିଳିଛି । ଏହା ବ୍ୟତୀତ ଅନ୍ୟ ଦୁଇଟି ବିରଳ ଝିଟିପିଟି ମଧ୍ୟ ମିଳିଛି । କୁଇନ୍ସଲ୍ୟାଣ୍ଡ ସଂଗ୍ରହାଳୟରେ କାର୍ଯ୍ୟରତ ଡଃ ଆଣ୍ଡ୍ରିୟୁ ଆମି କହିଛନ୍ତି, ଏହି ଝିଟିପିଟି କ୍ୱଚିତ ଦେଖାଯାଏ । ଏହା ଲେରିଷ୍ଟା ପ୍ରଜାତିର ଅଟେ, ଯାହା କେବଳ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳେ । ଏହି ଝିଟିପିଟିର ବୈଜ୍ଞାନିକ ନାମ ହେଉଛି ଅଷ୍ଟ୍ରୋବାଲଫେରସ୍ ବାରିଲିଓନି, ଯାହାର ଲମ୍ବ ମାତ୍ର ୫ ସେମି । କମଳା ଲାଞ୍ଜ ଥିବା ଏହି ଝିଟିପିଟି ଘାସରେ କୀଟପତଙ୍ଗ ଶିକାର କରି ମାଟିରେ ଥିବା ଖାଲରେ ରୁହନ୍ତି ।

Flip Book Link:

Related Post