Latest News

କାର୍‌ଠୁ ଦାମୀ ମାଛ

ରାଷ୍ଟ୍ରଦୀପ 25/03/2024ବିଶ୍ୱ ବାତାୟନ

 ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ପରିଚିତ ପ୍ରସିଦ୍ଧ ‘ଘୋଲ’ ମାଛର ଅତ୍ୟୁଚ୍ଚ ବଜାର ମୂଲ୍ୟ ପାଇଁ ତାହାକୁ କେହି କେହି ‘ସୁବର୍ଣ୍ଣ ମାଛ’ର ଆଖ୍ୟା ଦେଇଥାନ୍ତି । ବିଭିନ୍ନ ଶିଳ୍ପରେ ଏହା ଏକ ସମ୍ମାନଜନକ ସ୍ଥାନ ଅଧିକାର କରିଆସିଛି । ‘ପ୍ରୋଟୋନୋବାୟା ଡାୟାକାନ୍ଥସ’ ବୈଜ୍ଞାନିକ ନାମ ବହନ କରିଥିବା ଏହି ମାଛ ତାହାର ଅସାଧାରଣ ପୋଷକ ତତ୍ତ୍ୱ ଓ ଔଷଧୀୟ ଗୁଣ ପାଇଁ ପ୍ରଖ୍ୟାତ । ପ୍ରସାଧନ ଓ ଔଷଧ କ୍ଷେତ୍ରରେ ଏହାର ଚାହିଦା ଖୁବ୍ ଅଧିକା । ମଦ୍ୟ ଉତ୍ପାଦନରେ ମଧ୍ୟ

ହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସେହିପରି ଏଥିରୁ ଅସ୍ତ୍ରୋପଚାର ପାଇଁ ଦ୍ରବଣୀୟ ସୂତା ମଧ୍ୟ ପ୍ରସ୍ତୁତ କରାଯାଇଥାଏ ଓ ଏଭଳି ଭାବେ ଘୋଲ୍ ମାଛ ବିଭିନ୍ନ କ୍ଷେତ୍ରରେ ଏହାର ବିବିଧ ଉପଯୋଗିତା ପ୍ରଦର୍ଶନ କରି ଆସିଛି । ଏହି ମାଛ ପ୍ରାୟ ଦେଢ଼ ମିଟର ଯାଏ ବଢ଼ିପାରୁଥିବା ବେଳେ ଏହାର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ଯାଏ ହୋଇଥାଏ । ଗତ ବର୍ଷ ଅହମଦାବାଦ ଠାରେ ଆୟୋଜିତ ‘ବିଶ୍ୱ ମତ୍ସ୍ୟ ସମାବେଶ’ରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ଏହି ମାଛକୁ ‘ରାଜ୍ୟ ମାଛ’ ଭାବେ ଘୋଷଣା କରିଛନ୍ତି ।

Flip Book Link:

Related Post