ଗବେଷଣାରୁ ଜଣାଯାଇଛି ଯେ ବିଶ୍ୱର ସମସ୍ତ ସାମୁଦ୍ରିକ ପ୍ରାଣୀଙ୍କ ମଧ୍ୟରୁ ପ୍ରତି ୧୦ ଜଣରୁ ୯ ଜଣଙ୍କ ଅନ୍ତନଳୀରେ କେବଳ ପ୍ଲାଷ୍ଟିକ ଖଣ୍ଡ ରହିଛି । ଆଗରୁ ପକ୍ଷୀଙ୍କ ମଧ୍ୟରେ ୨୯ ପ୍ରତିଶତ ପ୍ଲାଷ୍ଟିକ କୁ ଗିଳିପାରୁଥିଲେ ବୋଲି ବୈଜ୍ଞାନିକମାନେ ମତ ରଖିଥିଲେ । ହେଲେ ଆମେ ବେଳାଭୂମି ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ମନଇଚ୍ଛା ପ୍ଲାଷ୍ଟିକ ଜରି ଆଦି ଫିଙ୍ଗି ଚାଲିଛେ । ଯାହାଫଳରେ ପକ୍ଷୀମାନେ
ତାକୁ ଖାଦ୍ୟ ମନେକରି ଗିଳି ଦେଉଛନ୍ତି । ମାତ୍ର ସେସବୁ ହଜମ ନହୋଇ ତାହାର ଅନ୍ତନାଡିରେ ଜମି ରହୁଛି ଏବଂ ତାହାହିଁ ତା’ର ମୃତ୍ୟୁର କାରଣ ସାଜୁୁଛି । ମାଛ ମାନଙ୍କ ପେଟରେ ପ୍ଲାଷ୍ଟିକ ପଲିଥିନ ଥିବା କଥା ତ ଆମେ ଆଗରୁ ଜାଣିଛେ ବର୍ତ୍ତମାନ ଏହା ପକ୍ଷୀମାନଙ୍କ ପାଖକୁ ମଧ୍ୟ ଖାଇଲାଣି ଏଣୁ ବେଳ ଥାଉଁ ଥାଉଁ ଆମେ ସାବଧାନ ନହେଲେ ଆଗକୁ ପକ୍ଷୀକୁଳର ବିନାଶ ହୋଇଯିବ ।
Flip Book Link:
https://demo.rastradeep.com/flip.aspx?fid=208