Latest News

ସବୁଠୁ ବିଷାକ୍ତ ବୁଢ଼ିଆଣୀ

ରାଷ୍ଟ୍ରଦୀପ 25/03/2024ବିଶ୍ୱ ବାତାୟନ

 ବ୍ରାଜିଲର ୱାଇଣ୍ଡିଂ ବୁଢ଼ିଆଣୀ ଦୁନିଆର ସବୁଠାରୁ ବିଷାକ୍ତ ବୋଲି ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ବୁଢ଼ିଆଣୀ କାମୁଡ଼ିବା ଦ୍ୱାରା ଶରୀରରେ ନ୍ୟୁରୋଟକ୍ସିକ ବିଷ ବିସ୍ତାର କରିଥାଏ । ଯାହା ଜୀବନକୁ ମଧ୍ୟ ନେଇଯାଏ । ବ୍ରାଜିଲର ବୁଢ଼ିଆଣୀ ଫୋନେଟ୍ରିଆ ବଂଶର, ଯାହାର ଅର୍ଥ ଗ୍ରୀକ୍ ଭାଷାରେ ‘ହତ୍ୟାକାରୀ’ । ଗିନିଜ ୱାର୍ଡ

଼ ରେକର୍ଡ ପୂର୍ବରୁ ବ୍ରାଜିଲର ଏହି ବୁଢ଼ିଆଣୀ ବିଶ୍ୱର ସବୁଠାରୁ ବିଷାକ୍ତ ଭାବରେ ନାମିତ ହୋଇଛି । ତେବେ ଗିନିଜ ରେକର୍ଡ ଅନୁଯାୟୀ, ଏହି ସାମ୍ପ୍ରତିକ ରେକର୍ଡ ସିଡ୍‌ନୀର ଫନେଲ-ୱେବ୍ ବୁଢ଼ିଆଣୀ (ଆଟ୍ରାକ୍ସ ରୋବଷ୍ଟସ) ନାମରେ ଅଛି । ବ୍ରାଜିଲରେ ୯ପ୍ରଜାତିର ବୁଢ଼ିଆଣୀ ଅଛନ୍ତି । କେତେକ ପ୍ରଜାତି ମଧ୍ୟ ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳିଥାନ୍ତି ।

Flip Book Link:

Related Post