ଭୂମିକମ୍ପ ପ୍ରବଣ ଜାପାନରେ ନୂଆ ବର୍ଷ ଦିନ ସଂଘଟିତ ୭.୬ ରିକ୍ଟର ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଏହାର ଇସିକାୱା ପ୍ରଦେଶ ଅନ୍ତର୍ଗତ ନୋଟୋ ଉପଦ୍ୱୀପର ସୀମାରେଖାରେ ଅକଳ୍ପନୀୟ ପରିବର୍ତ୍ତନ ଆଣିଛି । ଏହି ଭୂକମ୍ପ ଏହାର ଉପକୂଳକୁ ୨୫୦ ମିଟର ଯାଏ ସମୁଦ୍ର ଭିତରକୁ ଘୁଞ୍ଚାଇ ଆଣିଛି । ଉଲ୍ଲେଖଯୋଗ୍ୟ, ଏହି ସଦ୍ୟ ଭୂମିକମ୍ପ ୨୦୧୬ରେ ଜାପାନରେ ସଂଘଟିତ କୁମାମୋଟୋ ଭୂମିକମ୍ପଠାରୁ ମଧ୍ୟ ଶକ୍ତିଶାଳୀ ଥିଲା । କୋଠାବାଡ଼ି ଧ୍
ୱଂସ ସହ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟର ବ୍ୟାପକ କ୍ଷତି ହୋଇଛି । ଉଲ୍ଲେଖନୀୟ ପରିବର୍ତ୍ତନଟି ହେଉଛି ୱାଜିମା ସହରର ମିନାଜୁକି ଉପକୂଳର ସ୍ଥାନାନ୍ତର । ଉକ୍ତ ଉପକୂଳ ୪ ମିଟର ଉପରକୁ ଉଠିଯିବା ସହ ଏହାର ସୀମା ସମୁଦ୍ର ଭିତରକୁ ୧୭୫ ମିଟର ଯାଏ ଘୁଞ୍ଚିଯାଇଛି । ସୂଚନାଯୋଗ୍ୟ, ଭୂମିକମ୍ପ ପାଇଁ ଦାୟୀ ବିଭିନ୍ନ ଟେକ୍ଟୋନିକ୍ ପ୍ଲେଟ୍ର ଅବସ୍ଥିତି ଯୋଗୁଁ ଜାପାନ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ ଦେଶ ରୂପେ ପରିଗଣିତ ।
Flip Book Link: