Latest News

ସବୁଠାରୁ ବଡ଼ ଭାଓଲିନ

ରାଷ୍ଟ୍ରଦୀପ 25/03/2024ବିଶ୍ୱ ବାତାୟନ

 ଭାଓଲିନ୍‌ର ଧୁନ ସମସ୍ତଙ୍କୁ ବହୁତ ଭଲ ଲାଗେ । ବାମ ହାତ ଓ କାନ୍ଧ ସାହାଯ୍ୟରେ ଭାଓଲିନ୍‌କୁ ଡାହାଣ ହାତରେ ଧରି ଏହାର ଷ୍ଟିକ୍‌ରେ ବଜାଯାଏ । ପୃଥିବୀର ସବୁଠାରୁ ବଡ଼ ଭାଓଲିନ ଅଛି, ଯାହାକୁ ହାତରେ ଧରି ବଜାଇବା ଅସମ୍ଭବ । ଏହାକୁ ବଜାଇବା ଲାଗି ୩ ଜଣ ଆବଶ୍ୟକ ପଡ଼ନ୍ତି । ଏହାର ଉଚ୍ଚତା ୪.୨୮ ମିଟର ହୋଇଥିବାବ

େଳେ ଓସାର ୧.୪ ମିଟର ଏବଂ ଓଜନ ୧୩୦ କି.ଗ୍ରା. । ୨୦୧୦ରେ ଏହାକୁ ଜର୍ମାନୀର ୧୫ ଜଣ ଭାଓଲିନ୍ ନିର୍ମାତା ମିଶି ତିଆରି କରିଥିଲେ । ଏହାକୁ ତିଆରି କରିବା ଲାଗି ପ୍ରାୟ ୨୦୦୦ ଘଣ୍ଟା ବା ୮୩ ଦିନ ସମୟ ଲାଗିଥିଲା । ଏହାର ଷ୍ଟିକ୍ ବା ବୋ’ର ଲମ୍ବ ୫.୨୨ ମିଟର । ସେଥିପାଇଁ ଏହାକୁ ବଜାଇବା ପାଇଁ ତିନି ଜଣ ଲୋକ ଆବଶ୍ୟକ ପଡ଼ନ୍ତି ।

Flip Book Link:

Related Post