ପ୍ରାୟ ୪ ହଜାର ବର୍ଷ ତଳେ ରୁଟି ପ୍ରସ୍ତୁତ କରାଯାଇଥିଲା ବୋଲି ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି । ଉତ୍ତର ପୂର୍ବ ଜୋର୍ଡାନରେ ଏମିତି କିଛି ଅବଶେଷ ମିଳିଛି, ଯାହା ରୁଟି ତିଆରିର ଇତିହାସ ସମ୍ପର୍କରେ ସୂଚନା ଦେଉଛି । ରିପୋର୍ଟ ଅନୁସାରେ, ଏଠାରେ ପ୍ରାୟ ୪ହଜାର ବର୍ଷ ପୂର୍ବେ ଲୋକେ, ରୁଟି ତିଆରି କରୁଥିଲେ ବୋଲି ଗବେଷକମାନେ କହିଛନ
୍ତି । ସେମାନେ ପଥରରେ ତିଆରି ଏକ ଚୁଲିର ସନ୍ଧାନ ପାଇଛନ୍ତି । ଏଠାରେ ଲୋକେ ହଜାର ହଜାର ବର୍ଷ ପୂର୍ବରୁ କୃଷି ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଉଥିଲେ । ବୈଜ୍ଞାନିକଙ୍କ ମତରେ ବହୁ ବର୍ଷ ପୂର୍ବରୁ ପୂର୍ବ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ମଧ୍ୟ ଲୋକେ ରୁଟି ପ୍ରସ୍ତୁତ କରିବା ଜାଣିଥିଲେ । ଏଥିପାଇଁ ସେମାନେ ଏକ ଜଙ୍ଗଲୀ ଶସ୍ୟର ବ୍ୟବହାର କରୁଥିଲେ ।
Flip Book Link: