ଭାରତ ବିଭିନ୍ନତାର ଦେଶ । ରାଷ୍ଟ୍ରର କୌଣସି ସ୍ଥାନକୁ ଗଲେ ବି ଆମକୁ କିଛି ନା କିଛି ଭିନ୍ନ ଏବଂ ନୂଆ ଦେଖିବାକୁ ମିଳିବ । ଫଳରେ ଦେଶ ପ୍ରତି ଲୋକଙ୍କ ନଜର ବଦଳିଯିବ । ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାରେ ଗାଁକୁ ରାସ୍ତା ନ ଥିବା ସହ ବିଦ୍ୟୁତ୍ ସଂଯୋଗ ମଧ୍ୟ ନାହିଁ । ସେଠାରେ କେବଳ ଗୋଟିଏ ପରିବାର ବସବାସ କରୁଛନ୍ତି । ସେହି ଗାଁର ନାମ ହେଉଛି, ବର୍ଦ୍ଧନାରା ନମ୍ବର-୨ । ଏହି ନାମରେ ଅନ୍ୟ ଏକ ଗାଁ ମଧ୍ୟ ରହିଛି, ଯାହାର ନାଁ ବର୍ଦ୍ଧନାରା ନମ୍ବର-୧ । ଆସାମର ନାଲବାରି ଜିଲ୍ଲାରେ ଏହି ଗା
ଅବସ୍ଥିତ । ଗାଁରେ ରହୁଥିବା ଗୋଟିଏ ପରିବାରରେ ୫ ଜଣ ସଦସ୍ୟ ରହୁଛନ୍ତି । କିଛି ବର୍ଷ ପୂର୍ବେ ଆସାମ ମୁଖ୍ୟମନ୍ତ୍ରୀ ଏହି ଗାଁ ପାଇଁ ଏକ ରାସ୍ତାର ଉଦ୍ଘାଟନ କରିଥିଲେ । ହେଲେ ଏବେ ସେହି ରାସ୍ତା ଭାଙ୍ଗିଗଲାଣି । ପୂର୍ବରୁ ଏହି ଗାଁରେ ବହୁ ଲୋକ ବସବାସ କରୁଥିଲେ । ଏହି ଗାଁକୁ ରାସ୍ତା ନ ଥିବା ସହିତ ବର୍ଷାଦିନେ ଲୋକଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡ଼ିବାରୁ ଅଧିକାଂଶ ଲୋକେ ଏଠାରୁ ଅନ୍ୟତ୍ର ଚାଲିଗଲେ । ଗାଁରେ ରହୁଥିବା ପରିବାର ଏବେ ବି ବର୍ଷାଦିନେ ନୌକା ସାହାଯ୍ୟରେ ଯାତାୟାତ କରୁଛନ୍ତି ।
Flip Book Link: