Latest News

ସାବୁନ୍ ସାହାଯ୍ୟରେ ୨୨୦ ଟନ୍‌ର ବିଲ୍ଡିଂକୁ ୩୫ ଫୁଟ ଘୁଞ୍ଚାଗଲା

ରାଷ୍ଟ୍ରଦୀପ 18/03/2024ବିଶ୍ୱ ବାତାୟନ

ସାବୁନର ବ୍ୟବହାର କହିଲେ ଆମେ ଜାଣିଥାଉ ଦେହରେ ଲଗାଇବା କିମ୍ବା ଲୁଗା ସଫା କରିବା । ହେଲେ ସାବୁନ ମାଧ୍ୟମରେ ଯେ ବିଲ୍ଡିଂକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁଞ୍ଚା ଯାଇପାରିବ ତାହା ଅନେକ ସହଜରେ ବିଶ୍ୱାସ କରିପାରିବେ ନାହିଁ । ମାତ୍ର କାନାଡାର ନୋଭା ସ୍କୋଟିଆର ଏକ ନିର୍ମାଣ କମ୍ପାନୀ ଏହା କରି ଦେଖାଇଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।୨୦୦ ବର୍ଷ ପୁରୁଣା ଏହି ବିଲ୍ଡିଂର ଓଜନ ହେଉଛି ୨୨୦ଟନ । ଆଉ ବିଲ୍ଡିଂ

କୁ ୩୦ ରୁ ୩୫ଫୁଟ ଘୁଞ୍ଚାଇବା ପାଇଁ ଏହି ନିର୍ମାଣ କମ୍ପାନୀ ୭୦୦ଟି ସାବୁନର ବ୍ୟବହାର କରିଥିଲା । ଏହି ବିଲ୍ଡିଂରେ ହୋଟେଲ ଚାଲିଥିଲା । ୧୮୨୬ ମସିହାରେ ହାଲିଫାକ୍ସରେ ଏହି ବିଲ୍ଡିଂ ତିଆରି ହୋଇଥିଲା ବେଳେ ନିକଟରେ ଏକ ରିୟଲଇଷ୍ଟେଟ୍ କମ୍ପାନୀ ଏହାକୁ କ୍ରୟ କରି ନୂଆ ବିଲ୍ଡିଂ ତିଆରିର ଯୋଜନା କରିଥିଲା । ତେବେ ସେମାନେ ଚାହୁଁନଥିଲେ ପୁରୁଣା ବିଲ୍ଡିଂକୁ ଭାଙ୍ଗି ଦେବା ପାଇଁ । ସେଥିପାଇଁ ସାବୁନ ସହଯୋଗରେ ଏହାକୁ ୩୫ଫୁଟ ଘୁଞ୍ଚାଯାଇଛି ।

Flip Book Link:

Related Post