କିଛିବର୍ଷ ହେଲା ସରକାରୀ ଅଧିକାରୀଙ୍କ ପ୍ରୋତ୍ସାହନରେ ଜଗନ୍ନାଥ ମନ୍ଦିରର ପରମ୍ପରାକୁ ବାରମ୍ବାର ଭଙ୍ଗାଯାଉଛି କିମ୍ବା ଭାଙ୍ଗିବାର ପ୍ରଚେଷ୍ଟା କରାଯାଉଛି । ନିକଟ ଅତୀତରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଯୋଜନାରେ ଜଣେ ହିନ୍ଦୁବିରୋଧୀ ପ୍ରଚାରିକାକୁ ଯେପରି ମନ୍ଦିର ଭିତରେ ଆତିଥ୍ୟ ପ୍ରଦାନ କରାଗଲା ତାହା ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇଛି । ସେହି ମହିଳାଙ୍କୁ ମନ୍ଦିରରେ ପ୍ରବେଶ କରାଯାଇଛି; ଯିଏ ଗୋମାଂସ ଭକ୍ଷଣ କରିବାକୁ ପ୍ରୋତ୍ସାହନ ଦେଉଥିବା ଚିତ୍ର ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ବୁର୍ଖା ପିନ୍ଧି ଇସଲାମ ଆଚାର ବିଚାରର ପ୍ରଚାର କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।
ଜଗନ୍ନାଥ ଜଗତର ନାଥ । ତାଙ୍କ ମହିମା ଯୁଗେ ଯୁଗେ ଭକ୍ତମାନଙ୍କ ଦ୍ୱାରା ପ୍ରଚାରିତ ହୋଇଆସିଛି । ଏହି କଥା ପ୍ରତ୍ୟେକ ଓଡିଆ ଭଲଭାବେ ଜାଣିଛି । ସେ ତ ଭାବ ବିନୋଦିଆ, ଭାବରେ ବନ୍ଧା । କୌଣସି ବ୍ୟବସାୟୀ ବୁଦ୍ଧି ବାଲା ଅଣଓଡିଆ ଏହି ବିଷୟକୁ ବୁଝିବା ସହଜ ପ୍ରକ୍ରିୟା ନୁହେଁ । ଜଗନ୍ନାଥ ମହିମା ଅବିରତ ପ୍ରଚାରିତ ହୋଇ ଚାଲିଛି ସ୍ୱୟଂ ସମ୍ପୂର୍ଣ୍ଣ ରାସ୍ତାରେ । ଓଡିଶାର ପରିଚୟ ପ୍ରଭୁ ଜଗନ୍ନାଥ । କୋଟିକୋଟି ଓଡିଆଙ୍କୁ ଅଣଦେଖା କରି ଭଡ଼ାଟିଆ ପ୍ରଚାରକ ଆଣି ପ୍ରଚାର କରିବାର ଆବଶ୍ୟକତା କ’ଣ ଅଛି ? ଯେଉଁଠି ଓଡିଶାର ଭକ୍ତମାନେ ମନ୍ଦିର ପ୍ରବେଶ ପାଇଁ ଯନ୍ତ୍ରଣା ପାଉଛନ୍ତି, ସେଠି ଅଣଓଡିଆ, ହିନ୍ଦୁ ବିରୋଧୀଙ୍କ ପାଇଁ ଚାରି ଦୁଆର ଖୋଲି ହୋଇଯାଉଛି କାହିଁକି ?
ପରମ୍ପରାକୁ କଳଙ୍କିତ କରିବାର ସାହସ ଦୁଇଟି କାରଣରୁ ହୋଇଥାଏ । ପ୍ରଥମ ଅଜ୍ଞାନତା ଓ ଦ୍ୱିତୀୟଟି ହେଉଛି ଅହଙ୍କାର । ଅଜ୍ଞାନତା ଅର୍ଥ ମୂର୍ଖାମି, ଜଣେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ମୂର୍ଖ ହୋଇଥିବେ ଏହା କଳ୍ପନା କରିବା କଷ୍ଟକର । କିନ୍ତୁ ସତ୍ୟ ଯେତେବେଳେ ସାମ୍ନାରେ ଅଛି ତାକୁ ଅବହେଳା କରାଯାଇ ପାରିବ ନାହିଁ । କିଛି ବନ୍ଧୁ ଗଣମାଧ୍ୟମରେ ଲେଖିଛନ୍ତି ଓଡ଼ିଶାରେ ଅନେକ ଶିକ୍ଷିତ ମୂର୍ଖ ଅଛନ୍ତି ସମ୍ଭବତଃ ସେମାନଙ୍କ ଭିତରୁ ସେ ଜଣେ । ଯଦି ସେ ଶିକ୍ଷିତ ମୂର୍ଖ ହୋଇଥାନ୍ତି ତା’ହେଲେ ଓଡିଶାବାସୀଙ୍କ ତ୍ରୁଟି ଯେ ସେମାନେ ଜଣେ ମୂର୍ଖଙ୍କୁ ସହନ କରୁଛନ୍ତି । ଓଡ଼ିଶାର ବିଦ୍ୱାନମାନେ, ଜଗନ୍ନାଥ ଭକ୍ତମାନେ, ରାଜନୈତିକ ବିଶାରଦମାନଙ୍କ ନିକଟରେ ଏପରି ସହନ ଶକ୍ତି ସମୂଳେ ଧ୍ୱଂସ ହେବା ଉଚିତ । ସେମାନେ ମଧ୍ୟ ନିଜକୁ ପ୍ରସ
୍ତୁତ କରିନେବା ଉଚିତ ।
କିନ୍ତୁ ଯଦି ଅହଂକାର ହୋଇଥିବ ତା’ହେଲେ ଏହା ଆମ ସମସ୍ତଙ୍କ ପାଇଁ ଅପମାନ । ଉତ୍କଳ ଦେବତାଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ କେହି ଜଣେ ଖାରବେଳ ହେବାର ସମୟ ଉପନୀତ ବୋଲି ଭାବିବା ଉଚିତ । ଖାରବେଳ, ଯିଏ ଓଡିଶାର ଅପମାନକୁ ଧୋଇ ଦେଇଥିଲେ, ସମ୍ପୂର୍ଣ୍ଣ ଓଡିଶାକୁ ପୁନଃ ସଂଗଠିତ କରିଥିଲେ, ଓଡିଶା ସ୍ୱାଭିମାନର ପ୍ରତୀକ ହୋଇଯାଇଥିଲେ । ଯାହାଙ୍କ ନେତୃତ୍ୱରେ ଓଡିଶାରେ ନବଜାଗରଣ ଆସିଥିଲା । ବର୍ତ୍ତମାନ ପରିସ୍ଥିତିରେ ସେହିଭଳି ନେତୃତ୍ୱ ଅତ୍ୟାବଶ୍ୟକ ହୋଇପଡିଛି ।
ଅନ୍ୟ ଗୋଟିଏ ଦିଗ ହେଉଛି ମନ୍ଦିର ପୂଜକ । ଯେଉଁମାନେ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରିଥିଲେ ସେମାନେ କାହିଁକି ସଂଘବଦ୍ଧ ହେଲେ ନାହିଁ, ବିରୋଧ କଲେ ନାହିଁ ? ଇନ୍ଦିରା ଗାନ୍ଧୀଙ୍କ ଇସଲାମୀ / ପାର୍ସୀ ସମ୍ପର୍କକୁ ନେଇ ଯେଉଁମାନେ ବିରୋଧ କରିଥିଲେ ସେମାନେ ଆଜି କାହିଁକି ନୀରବ ହୋଇଗଲେ ? ଦୋହରା ମାନଦଣ୍ଡ କାରଣ କ’ଣ ଅଛି ? ଯେଉଁମାନେ ଦିନେ ଦେଶର ଶକ୍ତିଶାଳୀ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ଫେରାଇ ଦେଇଥିଲେ, କାହିଁକି ସେମାନେ ମନ୍ତ୍ରୀଙ୍କୁ ବିରୋଧ କରିବା ପାଇଁ ସାହସ କରିପାରିଲେନି ? ମୁକ୍ତିମଣ୍ଡପ ପରିଚାଳନା ସମିତି, ଛତିଶାନିଯୋଗ ଆଦି ସମସ୍ତଙ୍କୁ ଏହାର ଉତ୍ତର ଖୋଜିବାକୁ ପଡିବ । ଗଣମାଧ୍ୟମରେ ଯେଉଁ ପ୍ରମୁଖ ଉତ୍ତର ଆସୁଛି ତାହା ହେଲା ଏମାନଙ୍କର ବିରୋଧ କରିବାର ସାହସ ସମାପ୍ତ ହୋଇଯାଇଛି କିମ୍ବା ଏମାନେ ଭୟଗ୍ରସ୍ତ ହୋଇଯାଇଛନ୍ତି । ଯଦି ସାହସ ସମାପ୍ତ ହୋଇଯାଇଛି ତା’ହେଲେ କୌଣସି ଶକ୍ତିର ଷଡ଼ଯନ୍ତ୍ରରେ ଓଡିଶା ଶକ୍ତିହୀନ ହେଉଛି । ସେହି ଜଣା /ଅଜଣା ଶକ୍ତିକୁ ସମାପ୍ତ କରିବାର ସମୟ ଉପନୀତ ହୋଇଛି । ଯଦି ଏମାନେ ଭୟଭୀତ ହୋଇଛନ୍ତି ତା’ହେଲେ କେହି ଜଣେ କଳିଙ୍ଗ ବୀରଙ୍କୁ ଭୟଭୀତ କରୁଛି । ଓଡ଼ିଶା ଶାସନ, ପ୍ରଶାସନ, ସମାଜ ଶକ୍ତି ସଂଗଠିତ ପ୍ରୟାସ କରି ଏହି ଆସୁରିକ ଶକ୍ତିକୁ ପ୍ରତିହତ କରିବାକୁ ପଡିବ । କଳିଯୁଗରେ ସଂଗଠିତ ଶକ୍ତି ମାଧ୍ୟମରେ ଧର୍ମ ସଂସ୍ଥାପନ ହେବ ବୋଲି ମହାପୁରୁଷମାନେ କହିଯାଇଛନ୍ତି । ତେଣୁ ସମ୍ପୂର୍ଣ୍ଣ ଓଡ଼ିଶାକୁ ନିଜ ଆରାଧ୍ୟ ଦେବତାଙ୍କ ପାଇଁ ସଂଗଠିତ ହୋଇ ଲଢିବାକୁ ପଡ଼ିବ । ଅତି ଶୀଘ୍ର ଏହି କାର୍ଯ୍ୟ ସମ୍ପାଦନ ନହେଲେ ଗୋଟିଏ ସ୍ୱାଭିମାନୀ ଜାତି ଅନେକ ଯନ୍ତ୍ରଣା ଭୋଗିବ ।
Flip Book Link:
https://demo.rastradeep.com/flip.aspx?fid=208