Latest News

ମୁକୁଳା ସୀମାକୁ ହୁଗୁଳା ଆଇନ

ସୌମେନ୍ଦ୍ର ଜେନା 11/03/2024ଜାତୀୟ

ଭାରତ, ପାକ୍ -ବଙ୍ଗଳାଦେଶ ସୀମାନ୍ତରେ କେବଳ ତାରବାଡ଼ ବସିଥିବା ବେଳେ ଅନ୍ୟସବୁ ପଡ଼ୋଶୀ ରାଷ୍ଟ୍ର ନେପାଳ, ଭୁଟାନ ଏବଂ ମ୍ୟାନ୍‌ମାରର ସୀମା ଆଜିଯାଏଁ ମୁକୁଳା ପଡ଼ିଥିବା ହେତୁ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରୁ କେବଳ ଅନୁପ୍ରବେଶ ଯେ ବଢୁଛି ତାହା ନୁହେଁ, ଚୋରା କାରବାର, ଧର୍ମାନ୍ତରଣ, ସନ୍ତ୍ରାସବାଦ ମଧ୍ୟ ବଢିଛି । ସୀମାନ୍ତ ରାଜ୍ୟଗୁଡ଼ିକରେ ବ୍ୟାପକ ଧର୍ମାନ୍ତରଣକୁ ବିଦେଶୀ ଶକ୍ତିଗୁଡ଼ିକ ପ୍ରୋତ୍ସାହିତ କରୁଥିଲା ବେଳେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ସନ୍ତ୍ରାସବାଦୀମାନେ ନିଜର ଘାଟୀ ପ୍ରତିଷ୍ଠା କରି ଭାରତ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏହି କ୍ରମରେ ଯଦି ଉତ୍ତର -ପୂର୍ବାଞ୍ଚଳକୁ ଦେଖିବା ତେବେ ଜାଣିବାକୁ ପାଇବା ଯେ ସଂଖ୍ୟାଧିକ ଛୋଟ ଛୋଟ ସନ୍ତ୍ରାସୀ ସଙ୍ଗଠନ ଦୀର୍ଘଦିନ ହେବ ଧାର୍ମିକ, ରାଜନୀତିକ ଏବଂ ଆର୍ôଥକ ସହଯୋଗ ଲାଭକରି ଆଜିଯାଏଁ ସେଠାରେ କେବଳ ଯେ ଅସ୍ଥିରତା ସୃଷ୍ଟି କରି ଆସିଛନ୍ତି ତା’ ନୁହେଁ, ସେମାନେ ସେଠାକାର ପ୍ରଗତିରେ ମଧ୍ୟ ପ୍ରତିବନ୍ଧକ ସାଜିଛନ୍ତି । ବ୍ରିଟିଶ ଶାସନ ସମୟରୁ ଉତ୍ତର- ପୂର୍ବାଞ୍ଚଳରେ ଧର୍ମାନ୍ତରଣ, ଅସ୍ଥିରତା ସୃଷ୍ଟି ପାଇଁ ବିଦେଶୀ ଧାର୍ମିକ ସଙ୍ଗଠନଗୁଡ଼ିକ କାର୍ଯ୍ୟ କରୁଥିଲେ । ସ୍ୱାଧୀନତା ପରବର୍ତ୍ତୀ କାଳରେ ମଧ୍ୟ କେନ୍ଦ୍ର ସରକାର ସେମାନଙ୍କ ବିରୋଧରେ କୌଣସି ଦୃଢ ପଦକ୍ଷେପ ଗ୍ରହଣ ନକରିବା ହେତୁ ସେମାନେ ବିଦେଶୀ ଧନ ମାଧ୍ୟମରେ ଭାରତୀୟ ଲୋକମାନଙ୍କ ମନ କିଣାରେ ଲାଗିପଡ଼ିଲେ । ଯେଉଁମାନେ ମନ ବିକ୍ରି ନକଲେ ସେମାନଙ୍କୁ ବନ୍ଧୁକ ମୁନର ଭୟ ଦେଖାଇଲେ, ପ୍ରଶାସନର ଭୟ ଦେଖାଇଲେ । ରାଜ୍ୟର ସରକାରଗୁଡିକ ମଧ୍ୟରେ ସେମାନଙ୍କ ପ୍ରବେଶ ଉତ୍ତର-ପୂର୍ବକୁ ଭାରତଠାରୁ ବିଚ୍ଛିନ୍ନ କରି ରଖିଲା । ବନବାସୀ, ସହରବାସୀ ମଧ୍ୟରେ ତଫାତ୍ ସୃଷ୍ଟି କରାଇଲା । ସ୍ୱତନ୍ତ୍ର ସୁରକ୍ଷା ଆଇନ ନାମରେ ସେଠାରେ ବାହାର ରାଜ୍ୟର ଲୋକମାନଙ୍କ ପ୍ରବେଶକୁ ବାରଣ କରାଗଲା । ଯେମିତି ସେହିସବୁ ରାଜ୍ୟ ସ୍ୱାଧୀନ ଭାରତର ସ୍ୱାଧୀନ ଭୂଖଣ୍ଡ । ଏହି ଜାଲିଆତି ବ୍ୟବସ୍ଥାକୁ କାଏମ ରଖିବାକୁ ଯୁକ୍ତି ବାଢ଼ି ଆସିଥିବା ଲୋକେ ସ୍ଥାନୀୟ ଲୋକଙ୍କ ମନରେ ରାଷ୍ଟ୍ରଦ୍ରୋହ, ଘୃଣା ଏବଂ ଅବିଶ୍ୱାସର ମଞ୍ଜି ବୁଣି ଚାଲିଲେ । କିନ୍ତୁ ୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ସେମାନଙ୍କ ଅର୍ଥ ବଳ, ବାହୁବଳ ଉପରେ କଟକଣା ଲାଗିଲା । ସ୍ୱେଚ୍ଛାସେବୀ ସଙ୍ଗଠନ ଆଳରେ ସନ୍ତ୍ରାସବାଦ, ଧର୍ମାନ୍ତରଣ ଓ ରାଷ୍ଟ୍ରଦ୍ରୋହ ପାଇଁ ମିଳୁଥିବା ଅର୍ଥର ଉତ୍ସଗୁଡ଼ିକୁ ବନ୍ଦ କରାଗଲା । ପର୍ଯ୍ୟଟନ ଭିସାରେ ବିଦେଶୀ ଲୋକେ ଭାରତରେ ପ୍ରବେଶ କରି ଧର୍ମାନ୍ତରଣ କାର୍ଯ୍ୟ କରୁଥିବାବେଳେ ଆସାମ ଏବଂ ଅନ୍ୟାନ୍ୟ ରାଜ୍ୟରୁ ସେମାନଙ୍କୁ ଦେଶ ଛାଡ଼ିବା ଲାଗି ନିର୍ଦ୍ଦେଶ ଦିଆଗଲା । ବିଦେଶୀଙ୍କ ଅର୍ଥରେ ଚାଲୁଥିବା ସଂସ୍ଥାଗୁଡ଼ିକୁ ବନ୍ଦ କରାଗଲା । ଫଳରେ ଶତାବ୍ଦୀରୁ ଅଧିକକାଳ ଧରି ସକ୍ରିୟତାର ସହ ବିଷମଞ୍ଜି ବୁୁଣୁଥିବା ଲୋକେ ସରକାରଙ୍କ ଗୁଇନ୍ଦା ସଂସ୍ଥାର ଟାର୍ଗେଟରେ ରହିଲେ । ତେଣୁ ସେମାନେ ବେପାର ବନ୍ଦ କଲେ କିମ୍ବା ଆନ୍ତର୍ଜାତିକ ସ୍ତରରେ ଭାରତ ଓ ଭାରତ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କଲେ । ମଣିପୁର ଝାମେଲା ସମୟରେ ଆମେରିକାର ଖ୍ରୀଷ୍ଟିଆନ ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ଲୋକେ ଯେଉଁ ଭାଷାରେ ଭାରତ ବିରୋଧରେ ବିଷୋଦ୍‌ଗାର କରିଥିଲେ ତାହା ସମସ୍ତଙ୍କୁ ଜଣାଅଛି । କିନ୍ତୁ କୌଣସି ପ୍ରକାର ବିଦେଶୀ ଚାପକୁ ସ୍ୱୀକାର କରୁନଥିବା ବର୍ତ୍ତମାନର କେନ୍ଦ୍ର ସରକାର ସେମାନଙ୍କ ଷଡ଼ଯନ୍ତ୍ର ନିକଟରେ ମଥାନତ ନକରିବା ଯୋଗୁଁ ସେମାନେ ସେମାନଙ୍କ ଧର୍ମର ଲୋକଙ୍କୁ ମ୍ୟାନମାରରୁ ଭାରତରେ ପ୍ରବେଶ କରାଇ ହିଂସାକାଣ୍ଡକୁ କାଏମ୍ ରଖିଛନ୍ତି । ଏଥିରେ ମୁକୁଳାସୀମା ସେମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି । ତେଣୁ ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପାକ୍ ବଙ୍ଗଳାଦେଶ ସୀମାପରି ଭାରତ-ମ୍ୟାନମାର ସୀମାରେ ତାରବାଡ଼ ପକାଇ ଅନୁପ୍ରବେଶକୁ ବନ୍ଦ କରିବାକୁ ଘୋଷଣା କରିବା ପରେ ଏବେ ଯେଉଁ ଶକ୍ତିର ଗାତ୍ରଦାହ ହୋଇଛି ଆମର ଆଲୋଚନାର କେନ୍ଦ୍ରବିନ୍ଦୁ ହିଁ ସେଇଠି ।
ମଣିପୁର, ନାଗାଲାଣ୍ଡ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ-ମ୍ୟାନମାର ସୀମାକୁ ଲାଗି ୧୬୪୩କିମି ଅଞ୍ଚଳ ମୁ

କୁଳା ପଡ଼ିଥିବାରୁ କେନ୍ଦ୍ର ସରକାର ସୀମାବନ୍ଦ କରିବାକୁ ଘୋଷଣା କରିବା ପରେ ଅରୁଣାଚଳ ପ୍ରଦେଶ ଓ ମଣିପୁର ସରକାର ଏହାକୁ ଗ୍ରହଣ କରିଛନ୍ତି । କିନ୍ତୁ ନାଗାଲାଣ୍ଡ ଏବଂ ମିଜୋରାମର ସରକାର କେନ୍ଦ୍ରର ପ୍ରସ୍ତାବକୁ ବିରୋଧ କରୁଛନ୍ତି । ଏପରିକି ଦେଶ ବିରୋଧୀ ପ୍ରଚାରରେ ଲାଗିଥିବା ତଥାକଥିତ ଗଣମାଧ୍ୟମଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ସେମାନଙ୍କ ବିଦେଶୀ ଆର୍ôଥକ ସ୍ରୋତ ଏବଂ ଜର୍ଜ ସାରୋସ ପରି ଭାରତ ବିରୋଧୀ ଶକ୍ତିର ବାଟ ବନ୍ଦ କରିବାକୁ ପ୍ରୟାସ କରିବା ସମୟରେ ‘ୟୁନିଅନ ଅଫ୍ କ୍ୟାଥୋଲିକ୍ ଏସିଆନ ନିଉଜ’ ସଂସ୍ଥା ଭାରତ ବିରୋଧୀ ପ୍ରଚାରରେ ବ୍ୟସ୍ତ ରହିଛି । ୨୫ ଡିସେମ୍ବର ୨୦୨୩ ବଡ଼ ଦିନ ଅବସରରେ ନୂଆଦିଲ୍ଲୀସ୍ଥିତ ସାକ୍ରିଡ଼ ହାର୍ଟ କ୍ୟାଥେଡ୍ରାଲ ନାମକ ଚର୍ଚ୍ଚକୁ ପ୍ରଧାନମନ୍ତ୍ରୀ ଯାଇ କ୍ୟାଣ୍ଡେଲ ଜାଳିବା ଏବଂ ଖ୍ରୀଷ୍ଟିଆନ ଲୋକଙ୍କୁ ଭୋଜୀ ଦେବା ଘଟଣାକୁ ବେନ ଜୋସେଫ ନାମକ ଲେଖକ ୨୧ ଫେବୃଆରୀ ୨୦୨୪ଦିନ ୧୧.୨୯ ମିନିଟ୍‌ରେ ୟୁସିଏ ନିଉଜ ମାଧ୍ୟମରେ ନିଜର ଅସନ୍ତୋଷକୁ ବ୍ୟକ୍ତ କରିବା ସହ ଭାରତ ପରି ଗଣତନ୍ତ୍ରରେ ଖ୍ରୀଷ୍ଟିଆନମାନେ ଏକ ନୀତିବାଦୀ ଶକ୍ତି ହୋଇପାରୁ ନାହାନ୍ତି ବୋଲି ଲେଖିଛନ୍ତି । ହିନ୍ଦୁବାଦୀ ଦଳ ଭାରତୀୟ ଜନତାପାର୍ଟି ନିର୍ବାଚନ ପୂର୍ବରୁ ଖ୍ରୀଷ୍ଟିଆନଙ୍କୁ ଉସୁକାଉଥିବା ଉଲ୍ଲେଖ କରିଛନ୍ତି । ୧୨ଅଗଷ୍ଟ ୨୦୨୩ରେ କେନ୍ଦ୍ର ସରକାରଙ୍କ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ଆକ୍ଟ’କୁ ବିରୋଧ କରି କ୍ୟାଥୋଲିକ ଚର୍ଚ୍ଚଗୁଡ଼ିକ ସରକାରଙ୍କ ବିରୋଧରେ କିଛି କରିନଥିବା କହିଛନ୍ତି । ସେମିତି ଅନ୍ୟ ଜଣେ ଖ୍ରୀଷ୍ଟିଆନ ଲେଖକ ନରେନ୍ଦ୍ର ଦେବ ନିଜ ଲେଖାରେ ମୁସଲିମ ବ୍ରଦରହୁଡ଼ ସଦୃଶ ଖ୍ରୀଷ୍ଟିଆନ ବ୍ରଦରହୁଡ଼ ସ୍ଥାପନ ପାଇଁ ଭାରତ ସରକାର ଭାରତର ସୀମାରେ ଥିବା ଏବଂ ମ୍ୟାନମାର ମଧ୍ୟରେ ଥିବା ଖ୍ରୀଷ୍ଟିଆନମାନଙ୍କୁ ଅଲଗା ନକରିବା ଲାଗି ଖ୍ରୀଷ୍ଟିଆନ ଗୋଷ୍ଠୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚେତାବନୀ ଶୁଣାଇଛନ୍ତି । ଫେବୃଆରୀ ୧୯,୨୦୨୪ ଦିନ ୧୧ଟା ୫୦ ମିନିଟରେ ୟୁସିଏ ନିଉଜରେ ପ୍ରସାରିତ ଏକ ଲେଖାରେ ସେ ଭାରତ ସରକାରଙ୍କ ସୀମାକୁ ବନ୍ଦ କରିବା କାର୍ଯ୍ୟ ଏକ ରାଜନୈତିକ ପଦକ୍ଷେପ କହି ଏହା ଦୁଇଦେଶର ଖ୍ରୀଷ୍ଟିଆନଙ୍କୁ ଅଲଗା କରିବ ବୋଲି କୁହାଯାଇଛି । ନାଗାଲାଣ୍ଡର ଦିମାପୁରଠାରେ ୧୬ଫେବୃଆରୀ ୨୦୨୪ ଦିନ ଖ୍ରୀଷ୍ଟିଆନ ଆଦିବାସୀ ଗୋଷ୍ଠୀ ଏବଂ ଏନ୍‌ଜିଓ ଗୋଷ୍ଠୀ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ସୀମାବନ୍ଦ ନୀତିର ନିନ୍ଦା କରିବା ସହ ସୀମାକୁ ମୁକୁଳାରଖି ମୁକ୍ତ ଚଳାଚଳ ପାଇଁ ଦାବି କରିଥିବା ବିଷୟ ଉଲ୍ଲେଖ କରିଛନ୍ତି । ଏକଥା ସତ ଯେ ୧୯୫୦ରେ ଏକ ବୁଝାମଣାରେ ଭାରତ-ମ୍ୟାନମାର ସେମାନଙ୍କ ୧୬୪୩ କି.ମି ସୀମା ମୁକ୍ତ ଚଳାଚଳ ଅଞ୍ଚଳ ଭାବେ ଘୋଷଣା କରିଥିଲେ । ୨୦୦୪ରେ ଏହି ସୁବିଧାକୁ ସୀମାଠାରୁ ଉଭୟ ଦେଶର ୧୬କି.ମି ପର୍ଯ୍ୟନ୍ତ ସୀମିତ କରାଯାଇଥିଲା । ୨୦୧୮ରେ ଉଭୟ ଦେଶ ଚଳାଚଳ ପାଇଁ ସୀମାରେ ପ୍ରବେଶ ପଥ ବ୍ୟବସ୍ଥା କରିଥିଲେ । କିନ୍ତୁ ଏହାର ସୁଯୋଗ ନେଇ ଯେଉଁମାନେ ମ୍ୟାନମାରରେ ଜମିକିଣି ଚାଷବାସ କରିଆସୁଥିଲେ, ନିଶାଦ୍ରବ୍ୟ ତ୍ରିକୋଣଭୂମି ଲାଓସ୍‌-ଥାଇଲାଣ୍ଡ-ମ୍ୟାନମାରରୁ ଭାରତକୁ ଆଣୁଥିଲେ ଏବେ ସେମାନେ ଅସୁବିଧାରେ ପଡ଼ିବେ । ଭାରତୀୟଙ୍କୁ ବିଦେଶୀ ନିଶାରେ ଆସକ୍ତ କରିବାକୁ ଯେଉଁ ଦୀର୍ଘଦିନରୁ ବେଧଡ଼କ କାର୍ଯ୍ୟ ଚାଲିଆସିଛି, ଏବେ ତାହା ନିୟନ୍ତ୍ରିତ ହେଲେ ଚର୍ଚ୍ଚଗୁଡ଼ିକୁ ନିଶାରୁ ମିଳୁଥିବା ଅର୍ଥ ହ୍ରାସ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । କେବଳ ସେତିକି ନୁହେଁ, ଏହି ରିପୋର୍ଟରେ ମଣିପୁରର ହିନ୍ଦୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକ୍ରମେ କେନ୍ଦ୍ର ସରକାର ୮୭ ପ୍ରତିଶତ ନାଗାଲାଣ୍ଡ ଓ ମିଜୋରାମର ଖ୍ରୀଷ୍ଟିଆନ, ମଣିପୁରର ୪୧ପ୍ରତିଶତ ଏବଂ ଅରୁଣାଚଳର ୩୦ ପ୍ରତିଶତ ଖ୍ରୀଷ୍ଟିଆନଙ୍କ ବିରୋଧରେ ପଦକ୍ଷେପ ନେଉଥିବା କଥା କୁହାଯାଇଛି । ୩ ମଇ ୨୦୨୩ରୁ ମଣିପୁରର ହିନ୍ଦୁ ମେଇତେଇ ଏବଂ ଖ୍ରୀଷ୍ଟିଆନ କୁକୀ -ଜୋ ଗୋଷ୍ଠୀଙ୍କ ମଧ୍ୟରେ ଯେଉଁ ପ୍ରଭୁତ୍ୱର ହିଂସାତ୍ମକ ସଂଘର୍ଷ ଚାଲିଛି ସେଥିପାଇଁ ମ୍ୟାନମାରର ଖ୍ରୀଷ୍ଟିଆନ ଗୋଷ୍ଠୀ ଓ ସନ୍ତ୍ରାସବାଦୀଙ୍କ ହାତ ରହିଥିବା ବିଷୟ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା ୯ ଅଗଷ୍ଟ

Flip Book Link:

Related Post