(କ) ପିଠି ଉପରେ ଭରା ଦେଇ ଭୂମିରେ ଶୋଇଯିବା । ପାଦ ସିଧା ପରସ୍ପର ସହ ଯୋଡ଼ି ହୋଇ ରହିବ । ଏହି କ୍ରିୟାକୁ ଡାହାଣ ହାତରେ ଦୁଇ ଆଙ୍ଗୁଠି ଧରି ତଉଲିଆ ଲଗାଇ ମଧ୍ୟ କରିହେବ ।
(ଖ) ହାତ ଶରୀରର ଦୁଇ ପାଖରେ ଭୂମି ଉପରେ ରହିବ, ପାପୁଲି ଆକାଶ ଆଡ଼କୁ ।
(ଗ) ଶ୍ୱାସ ଛାଡ଼ିବା, ଦୁଇପାଦ ଟାଣି ଭୂମିଠାରୁ ଉପରକୁ ଉଠାଇ ଲମ୍ବବତ୍ ସ୍ଥିତିକୁ ଆସିବା ।
(ଘ) ଶ୍ୱାସ ଛାଡ଼ିବା, ଦୁଇ ପାଦ ଟାଣି ହୋଇ ଥିବା ସ୍ଥିତିରେ ହିଁ ଡାହାଣ ପଟେ ଭୂମ ଆଡ଼କୁ ନେଇଯିବା ଏବଂ ଡାହାଣ ହାତର ଆଙ୍ଗୁଳିରେ ଠିକ୍ ଆଗରେ ଗୋଡ଼ର ପଞ୍ଝା ରଖିବା । ପିଠି ଭୂମି ଉପରେ ରଖିବା ପାଇଁ ଚେଷ୍ଟା କରିବା । ପ୍ରଥମେ ଡାହାଣ କାନ୍ଧ ଭୂମିରୁ ଉପରକୁ ଉଠିବ । କିନ୍ତୁ ଚେଷ
୍ଟା କଲେ ତାହା ଭୂମି ସହ ଲାଗି ରହିବ । କୌଣସି ମିତ୍ରର ସହାୟତାରେ ଏହାକୁ ଦବାଇ ରଖାଯାଇପାରେ । ପେଟ ଡାହାଣ ପଟେ ଝୁଙ୍କାଇବା । ପାଦ ଟାଣି କରି ଏହି ସ୍ଥିତିରେ ପ୍ରାୟ ୨୦ ସେକେଣ୍ଡ ରହିବା ।
(ଙ) ସାମାନ୍ୟ ଶ୍ୱାସ ନେଇ ‘ଘ’ର କାର୍ଯ୍ୟ ବାମ ପଟେ କରବା । ପରେ କ୍ରମଶଃ ‘ଗ’ ଏବଂ ‘ଖ’ ସ୍ଥିତିକୁ ଆସିବା । ପରେ ସମତଳ ସ୍ଥତି ।
ପରିଣାମ- ଏହି ଆସନ କରିବା ଫଳରେ ପେଟର ମେଦ କମିଥାଏ । ଯକୃତ, ପ୍ଳାହା ଏବଂ ଆମାଶୟର ଜଡ଼ତା ଦୂର ହୁଏ । ଏହା ଦ୍ୱାରା ଜଠରଦାହ ଦୂର ହୋଇ ଅନ୍ତନାଡୀ ପୃଷ୍ଟ ହୁଏ । ପିିଠିର ନିମ୍ନ ଭାଗ ଏବଂ ପ୍ରଦେଶର ମକଚି ହେବା, ଅଥବା ଟାଣି ହେବା ଆଦି ଅସୁବିଧା ଦୂର ହୁଏ ।
Flip Book Link: