Latest News

ଶବାସନ

ରାଷ୍ଟ୍ରଦୀପ 25/03/2024ଯୋଗ

 ଏହି ଆସନଟି ଅଭ୍ୟାସ କରିବା ଦ୍ୱାରା ଦେହର ସମସ୍ତ ଅଙ୍ଗ ଏବଂ ପେଶୀ ବିଶ୍ରାମ-ସୁଖ ଲାଭ କରେ । ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ଅଥବା ସମସ୍ତ ଆସନ ଅନୁଶୀଳନ ଶେଷରେ ଏହି ଆସନଟି କରିବାକୁ ହେବ । ଶରୀର ଅପେକ୍ଷା ମନକୁ ସ୍ଥିର ରଖିବା ଅଧିକ କଠିନ ଅଟେ । ଏଣୁ ସୁବିଧାଜନକ ମନେ ହେଉଥିବା ଏହି ଆସନ ଶିଖିବାରେ ଅଧିକ କଠିନ ଜଣା ପଡ଼ିପାରେ ।

(କ) ଭୂମି ଉପରେ ଲମ୍ବ ଭାବରେ ଶୋଇଯିବା । (ଖ) ଦୁଇପାଦ ଟାଣି ଭୂମି ଠାରୁ ପ୍ରାୟ ୧୫ ସେ.ମି. ଉପରକୁ ଉଠାଇବା । ଦୁଇ ହାତ ଟାଣି ଉପରକୁ ଉଠାଇ ମୁଣ୍ଡ ପଛପଟେ ନେଇଯାଇ ଭୂମିଠାରୁ ୧୫ ସେ.ମି. ଉପରକୁ ଉଠାଇ ହାତ ଏବଂ ପାଦ ବିପରୀତ ଦିଗରେ ଆଣି ଭୂମିଠାରୁ ୧୫ ସେ.ମି. ଉପରକୁ ଉଠାଇବା । ଦୁଇ ହାତ ଫେରାଇ ଆଣି ଶରୀର ଠାରୁ ୧୫ ସେ.ମି. ଦୂରରେ ଦୁଇ ପଟେ ରଖିବା । (ଗ) ମୁଣ୍ଡ ହାତ ଏବଂ ପାଦ ଏକ ସାଙ୍ଗରେ ଢିଲା ଛାଡ଼ି ଭୂମି ଉପରେ ପକାଇଦେବା । ପାପୁଲି ଆକାଶ ଦଗରେ ରହିବ, ମୁଣ୍ଡ ସିଧା ତଥା ପଞ୍ଝା ବିସ୍ତାରିତ କରି ଯାହା ସ୍ୱାଭାବିକ, ସେହି ସ୍ଥିତିରେ ରହିବାକୁ ଦେବା । ଶ୍ୱାସର ଗତି କ୍ରମଶଃ ମନ୍ଦ କରି ନିଜର ସମସ୍ତ ଶକ୍ତି ହୃଦୟ ଆଡ଼କୁ କେନ୍ଦ୍ରିତ କରି ହାତ, ପାଦ ଏବଂ ଶରୀରର ଯେଉଁ ଭାଗରେ ତନନ (ତନାବ) ଅନୁଭବ ହେବ, ତାହା ଢିଲା ଛାଡ଼ି ଦେବା । ଶରୀରର ଯେତିକି ପରିମା

ରେ ଶିଥିଳ ହୋଇ ଆସିବ, ଶରୀର ଭାରି ଜଣା ପଡ଼ିବ । ଶବାସନର ଅନ୍ତିମ ଅବସ୍ଥାରେ ଶରୀର ଏତେ ଶିଥିଳ ହୋଇପଡ଼େ ଯେ ମନ୍ଦଶ୍ୱାସ ନେଲେ ମଧ୍ୟ ଏହାର ଶୀଥିଳତା ଭାଙ୍ଗିଯିବ, ଏପରି ଅନୁଭବ ହୁଏ । ଏହି ସ୍ଥିତିରେ ପହଞ୍ଚିବାକୁ ହେଲେ ଏକ-ଦେଢ ମିନିଟ୍ ସମୟ ଲାଗେ । ଧୀରେ ଧୀରେ ନାଡୀ ନିଷ୍କ୍ରିୟ ହୋଇଯାଏ ଏବଂ ବ୍ୟକ୍ତି ପାପୁଲି ବିଶ୍ରାମ ଏବଂ ପ୍ରଫୁଲ୍ଲତା ଅନୁଭବ କରେ । ଶବାସନର ପୂର୍ଣ୍ଣ ସ୍ଥିତିରେ ଯଦି କାହାର ହାତ ଅଥବା ଗୋଡ଼ ଉପରକୁ ଉଠାଇ ଛାଡ଼ି ଦିଆଯାଏ, ତାହା ଜଡ଼ ପଦାର୍ଥ ଯେପରି ତଳକୁ ଖସିପଡ଼େ ସେହିପରି ଖସି ପଡ଼ିବ । 

ସମୟ-ଯୋଗାସନ ବା ଯୋଗବ୍ୟାୟାମାଆଦି ଶେଷରେ ୧୫ ମି. ପର୍ଯ୍ୟନ୍ତ ଏହି ଆସନରେ ରୁହନ୍ତୁ । ଯୋଗାସନାଦିର ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ଅନ୍ତତଃ ୩୦ ସେକେଣ୍ଡରୁ ୧ମିନଟ୍ ଶବାସନରେ ଅବସ୍ଥାନ କରନ୍ତୁ ।
ପରିଣାମ- ଯେଉଁମାନେ ଅନିଦ୍ରା ଭୋଗୁଛନ୍ତି ସେମାନେ ଶୋଇବାର ଠିକ୍ ପୂର୍ବରୁ ଏହି ଆସନଟି ଅଭ୍ୟାସ କରିପାରନ୍ତି । ଏହି ଆସନରେ କେବଳ ଦୈହିକ ବିଶ୍ରାମ ସୁଖଲାଭ ହୁଏ ନାହିଁ, ମାନସିକ ଦିଗରୁ ମଧ୍ୟ ବିଶ୍ରାମ ସୁଖ ଲାଭ ହୁଏ । ଉଚ୍ଚ ରକ୍ତଚାପ ଭୋଗୁଥିବା ବ୍ୟକ୍ତିଙ୍କ ନିମନ୍ତେ ଏହି ଆସନ ଅତ୍ୟନ୍ତ ଉପକାରୀ । ନାଡ଼ୀମାନଙ୍କର ଅବସାଦ ମଧ୍ୟ ଦୂର କରେ ତଥା ମନ ଶାନ୍ତ ରଖେ ।

Flip Book Link:

Related Post