Latest News

ଊର୍ଦ୍ଧ୍ୱମୁଖଶ୍ୱାନାସନ

ରାଷ୍ଟ୍ରଦୀପ 18/03/2024ଯୋଗ

(କ) ପେଟ ତଳକୁ କରି ଶୋଇବା । ପାଦ ମଧ୍ୟରେ ଏକ ଫୁଟର ବ୍ୟବଧାନ ରହିବ । ହାତ ଦୁଇପଟେ ଭୂମି ଉପରେ ରହିବ । ଆଙ୍ଗୁଳି ମୁଣ୍ଡ ଆଡ଼କୁ ରହିବ ।
(ଖ) ମୁଣ୍ଡ ଏବଂ ଶରୀର ଉପରକୁ ଉଠାଇ ଅଧିକରୁ ଅଧିକ ପଛକୁ ନେଇ (ସୂର୍ଯ୍ୟ ନମସ୍କାର ସ୍ଥିତି କ୍ର.-୬ ପରି) ପାଦ ଟାଣି କରି ରଖିବ । ମେରୁଦଣ୍ଡ, ଜଙ୍ଘ ଏବଂ ନୀଳଗୋଡ଼ ପୂରାପୂରି ଜାଣି କରି ରଖିବ । ଆଣ୍ଠୁ ଭୂମିଠାରୁ ସାମାନ୍ୟ ଉପରକୁ ପାଦ ପୃଷ୍ଠଭୂମି ଉପରେ ଲାଗିକରି ରହିବ । ମଥା ଓ ଛାତି ଯେତେଟା ସମ୍ଭବ ଉପରକୁ ଉଠାଇବା । ଏହି ଅବସ୍ଥାରେ ୩୦ ସେକେଣ୍ଡରୁ ୧ ମିନିଟ ପର୍ଯ୍ୟନ୍ତ ଅବସ୍ଥାନ କରନ୍ତୁ । ତାପରେ ମଥା ଧୀରେ ଧୀରେ ଚଳକୁ ଖସାଇ ପୂର୍ବ ଅ

ବସ୍ଥାରେ ରଖନ୍ତୁ । ଯେତେବେଳେ ମଥା ତଳକୁ କରିବେ ସେତେବେଳେ ଚିବୁକ ଯେପରି କଣ୍ଠନଳୀ (ଇଞଐଙଜଇଢ) କରିବ ସେଦିଗକୁ ଲକ୍ଷ୍ୟ ରଖନ୍ତୁ ।
ମଥା ଉପରକୁ ନେବା ସମୟରେ ଶ୍ୱାସ ନେବା, ପୂର୍ଣ୍ଣ ସ୍ଥିତିରେ ଶ୍ୱାସ ପ୍ରଶ୍ୱାସ ସ୍ୱାଭାବିକ ରଖିବା ଏବଂ ଫେରିବା ସମୟରେ ଶ୍ୱାସ ତ୍ୟାଗ କରିବା ।
ପରିଣାମ-  ଏହି ଆସନ ନିୟମିତ ଅଭ୍ୟାସ କଲେ ମେରୁଦଣ୍ଡ ସ୍ୱାଭାବିକ ଅବସ୍ଥାକୁ ଫେରିଆସେ । ପେଶୀର ବାତ ଦୂର ହୁଏ ।  ପିଠିର ବ୍ୟଥା ଦୂର ହୋଇ ପେଟର ତଳ ଭାଗରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ । କ୍ଷୁଧା ବୃଦ୍ଧି ପାଏ । ମହିଳାମାନଙ୍କ  ପାଇଁ ଏହି ଆସନ ବିଶେଷ ଲାଭକାରୀ ।

Flip Book Link:

Related Post