Latest News

(୧୨ ରୁ ୧୮ ମାର୍ଚ୍ଚ -୨୦୨୪ ପର୍ଯ୍ୟନ୍ତ)

ଜ୍ୟୋତିର୍ବିଦ୍ ବାମଦେବ ନାୟକ 11/03/2024ଏ ସପ୍ତାହର ରାଶିଫଳ

ମେଷ : ଜୀବନରେ ଜୀଇଁ ରହିବା ପାଇଁ ପ୍ରଦୂଷଣମୁକ୍ତ ଗୃହ ଓ ଆହାର ପାଇଁ ନିଜ କ୍ଷେତ୍ରରୁ ଉତ୍ପାଦିତ ଶସ୍ୟ ଆମଦାନି ଉପରେ ଗୁରୁତ୍ୱ ଦେବେ । ଯାତାୟାତ ପାଇଁ ଯନ୍ତ୍ରଚାଳିତ ଯାନର ଯତ୍ନ ନେବେ । ଭ୍ରାତ୍ରୁ ସହଯୋଗରେ ନେତୃତ୍ୱ ମିଳିବ । କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ପାରିବାରିକ ଜୀବନ ଉପଭୋଗ୍ୟ ହେବ । ବାଣିଜ୍ୟ ବ୍ୟବସାୟରେ ଆଗେଇବେ ।
ବୃଷ : ପରିଶ୍ରମର ଫଳସ୍ୱରୂପ ଧନଧାନ୍ୟ ଓ ଅର୍ଥ କରି ବ୍ୟବସାୟରୁ ଆର୍ôଥକ ଲାଭ କରିପାରନ୍ତି । ଭଗବତ କୃପା ଲାଭ କରି ଅସୁସ୍ଥତାରୁ ଆରୋଗ୍ୟ ହେବେ । ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁଠାରେ ବିଜୟୀ ହେବେ । ଉଚ୍ଚ ଆଶା ସଫଳ ହେବ । ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ । ବନ୍ଧୁମିଳନ ଯୋଗ ରହିଛି ।
ମିଥୁନ : ତ୍ୟାଗପୂତ ମନୋବୃତ୍ତି ଓ ସ୍ୱଚ୍ଛତା ପାଇଁ ପୁରସ୍କୃତ ହେବେ । ଆର୍ଥିକ ସ୍ଥିତି ଭଲ ରହିବ । ପ୍ରଫୁଲ୍ଲ ହୃଦୟଯୁକ୍ତ ହେବେ । ପାରିବାରିକ ଜୀବନରେ ସୁଖ ସନ୍ତୋଷ ପାଇବେ । ଚାକିିରିରେ ଆଦର ସମ୍ମାନ ପାଇବେ । ନୂତନ ଅତିଥି ପରିବାରକୁ ଆସିବେ । ନୂତନ କାର୍ଯ୍ୟ ପାଇଁ ଚିନ୍ତିତ ରହିବେ । ବ୍ୟବସାୟ ଲାଭରେ ଚାଲିବ । ବିଦ୍ୟାର୍ଥୀ ଅଧିକ ପରିଶ୍ରମ କରିବାକୁ ହେବ ।
କକର୍ଟ : କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଦୁଃସାହସିକ କାର୍ଯ୍ୟ ସମ୍ପାଦନ କରିବେ । ନେତୃତ୍ୱ ଲାଭର ସୂଚନା ମିଳେ । ପାରିବାରିକ ଜୀବନରେ ସୁଖୀ ହେବେ । ବ୍ୟବସାୟରୁ ଲାଭ ପାଇବେ । ନିଜର ଜନ୍ମଉତ୍ସବ ପାଳନ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ଆସିବ । ଶାନ୍ତି ପାଇ ଜପତପ କରିବେ । ପାଠ ପଢ଼ିବାକୁ ସମୟ ଦେବେ ।
ସିଂହ : କର୍ମଚଞ୍ଚଳ ହେବେ । ରାଜଯୋଗ ଥିବାରୁ ଜ୍ଞାନ ବିତରକ ଭାବରେ ନିଜକୁ ଉତ୍ସର୍ଗ କରି ଦୁଃଖୀ ରଙ୍କିଙ୍କ ସେବାରେ ନିୟୋଜିତ ହେବେ । ସାହସୀ ବ୍ୟକ୍ତି ଭାବେ ଜୀବନକୁ ଗରିମାମୟ କରିପାରନ୍ତି । ବିଭାଗୀୟ ସମ୍ମାନ ଓ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି । ଲକ୍ଷ୍ୟସ୍ଥଳରେ ଉପନୀତ ହେବେ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ।
କନ୍ୟା : ଦୈବୀଶକ୍ତି ସମ୍ପନ୍ନ ହେବେ । ଆପଣଙ୍କର କନ୍ୟା ରତ୍ନକୁ ଶିକ୍ଷା ଦୀକ୍ଷା ତଥା ପରୋପକାରରେ ବ୍ରତୀ କରାଇ ନିଜକୁ ଧନ୍ୟ ମନେ କରିପାରନ୍ତି । ବିଭାଗୀୟ ସମ୍ମାନ ଓ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି । ଚତୁର୍ଦିଗରେ ଆପଣଙ୍କ ପାଖକୁ ସମ୍ମାନର ବାର୍ତ୍ତା ପହ୍‌ଞ୍ଚିବ । ପାରିବାରିକ ଆନନ୍ଦ ଦେଖା

ଦେବ ।
ତୁଳା : କର୍ମକ୍ଷେତ୍ରରେ ଉତ୍ସାହିତ ହେବେ । ଦାନ ଧର୍ମ କାର୍ଯ୍ୟରେ ନିଯୁକ୍ତି ହେବେ । ପାରିବାରିକ ଜୀବନ ପ୍ରୀତିପୂର୍ଣ୍ଣ ଅଟେ । ନୂତନ ଯୋଜନାରେ ଆଗେଇବେ । ଚାକିରିରେ ସଫଳ ହେବ । ବ୍ୟବସାୟରେ ଲାଭକ୍ଷତି ପ୍ରାୟ ସମାନ । ପାରିବାରିକ ଜୀବନ ଆନନ୍ଦ ଦାୟକ ହେବ । ଦୟା ଧର୍ମରେ ଦୀକ୍ଷିତ ହୋଇ ପ୍ରାଣୀ ଜଗତର ହର୍ତ୍ତାକର୍ତ୍ତା ହୋଇପାରନ୍ତି ।
ବିଚ୍ଛା : ପ୍ରଭୁ କୃପା କରିଥିବାରୁ ପାରିବାରିକ ଜୀବନ କୁସୁମିତ ହେବ । ଅପରୂପ ଶୋଭା ସମ୍ପନ୍ନ ଅବୟବର ଅଧିକାରୀ ହୋଇପାରନ୍ତି । ସୌଭାଗ୍ୟର ସୂଚନା ହେଲା ବାଣିଜ୍ୟ କାରବାରରେ ଲକ୍ଷ୍ମୀ ଆଗମନର କାରଣ ହେବେ । ଚାକିରିରେ ପ୍ରତିଷ୍ଠିତ ହେବେ । ନବନିଯୁକ୍ତିର ସୂଚନା ମିଳେ । ବ୍ୟବସାୟ ଅପ୍ରତିଦ୍ୱନ୍ଦରେ ଆଗେଇବେ ।
ଧନୁ : କର୍ମକ୍ଷେତ୍ରରେ ସାଫଲ୍ୟତା ଯୋଗ । ଦ୍ରବ୍ୟଲାଭ ତଥା ଅର୍ଥ ସଞ୍ଚୟରୁ ସୂଚନା ମିଳେ । ପାରିବାରିକ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ମିଳିବ । ଦେହ ମନ ଭଲ ରହିବ । ସମାଜ କାମରେ ସମୟ ଦେବେ । ଅସୁସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଶାନ୍ତି ପାଇବେ । ଅସାଧୁ ଲୋକଙ୍କଠାରୁ ସତର୍କ ରହିବେ ।
ମକର : ସେବକ ମନୋଭାବର ହେଲେ କାଳଜୟୀ ହେବା ଅସମ୍ଭବ ନୁହେଁ । ସରକାରୀ ଅନୁଦାନ ପାଇ ସେବାର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି । ପତ୍ନୀ ସହାୟିକା ହେଲେ ସେବାରେ ଜନକଲ୍ୟାଣ ଲାଭ କରିବେ । କର୍ମକ୍ଷେତ୍ରରେ ପ୍ରବଳ ଶତୃତାର ସୂଚନା ମିଳେ । ଦେହ ସୁସ୍ଥ ରହିବ ମାତ୍ର ଦୁଶ୍ଚିନ୍ତା ବଢ଼ିବ । କୌଣସି ନାରୀଦ୍ୱାରା ପ୍ରତାରିତ ହୋଇପାରନ୍ତି । ସତର୍କ ରହିବେ ।
କୁମ୍ଭ : ସମ୍ପଦରେ ଅଧୀର ହେବ ନାହିଁ କି ବିପଦରେ କାତର ହେବେ ନାହିଁ । ଦୟା ଧର୍ମରେ ଦିକ୍ଷୀତ ହୋଇପାରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ଧୈର୍ଯ୍ୟବାନ ହେବେ । କର୍ମକ୍ଷେତ୍ରରେ ନାନା ସମସ୍ୟା ଦେଖାଦେବ ହେଲେ ସବୁ ସମାଧାନ ହୋଇଯିବ । ମନ ବିଚଳିତ ସହିତ ଆର୍ଥିକ ଚିନ୍ତା ବ୍ୟଥିତ କରିବ । ଅଯଥା ଚିନ୍ତା ମନକୁ ବ୍ୟଥିତ କରିପାରେ ।
ମୀନ : ପତ୍ନୀଙ୍କ ଅସୁସ୍ଥତାକୁ ଉପଲବ୍ôଧ କରି କଠିନ କାର୍ଯ୍ୟରୁ ତାଙ୍କୁ ବିରତ କରି ନିଜେ କାର୍ଯ୍ୟ ନିର୍ବାହୀ ହୋଇପାରନ୍ତି । ଅଧ୍ୟବସାୟ ଉଦ୍ୟମ ବଳରେ ଧନ ଅଜର୍ନ କରି ଆର୍ôଥକ ସଙ୍କଟରୁ ମୁକ୍ତ ହେବେ । ଦ୍ୱନ୍ଦ୍ୱରେ ପରାଜୟ ଲଭିବେ । ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ବ୍ୟବସାୟରେ ଲାଭବାନ ହେବେ ।

Flip Book Link:

Related Post