Latest News

(୨୬ ରୁ ୩୧ ମାର୍ଚ୍ଚ -୨୦୨୪ ପର୍ଯ୍ୟନ୍ତ)

ଜ୍ୟୋତିର୍ବିଦ୍ ବାମଦେବ ନାୟକ 25/03/2024ଏ ସପ୍ତାହର ରାଶିଫଳ

 ମେଷ : ବିଭିନ୍ନ ସୂତ୍ରରୁ ବିପୁଳ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଦ୍ୟା ରୁପକ ମହାଧନ ଅର୍ଜନ କରିବେ । ସୁବକ୍ତା ପ୍ରୀତିପନ୍ନା ହେବେ । ନୂତନ କାର୍ଯ୍ୟ କରିବାରେ ସଫଳ ହେବେ । ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ସଫଳ ହେବେ । ଆୟ ଖୁବ୍ ଭଲ ହେବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଚାକିରିରେ ସୁସ୍ଥ ବୋଧ କରିବେ । ବ୍ୟବସାୟରୁ ଉତ୍ତମ ଲାଭ ପାଇବେ ।

ବୃଷ : ଶ୍ରେଷ୍ଠ ସମ୍ମାନରେ ସମ୍ମାନୀତ ହେବାର ସୂଚନା ମିଳୁଛି । ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି । କର୍ମଠ ହେବେ । ଉଚ୍ଚାସନରେ ଆସୀନ ହୋଇପାରନ୍ତି । ସ୍ୱଭାବ ଉତ୍ତମ ରହିବ । ପାରିବାରିକ ଜୀବନରେ ବହୁ ଆନନ୍ଦ ପାଇବେ । ଦେହ ଓ ମନ ଭଲ ରହିବ । ବ୍ୟବସାୟ ଏକପ୍ରକାର ଭଲରେ ଚାଲିବ । ସବୁ ଭଲ ଭିତରେ ସତର୍କ ରହି କାର୍ଯ୍ୟ କରି ସଫଳ ହେବେ ।
ମିଥୁନ : ଶାସ୍ତ୍ର ବିହୀନ କାର୍ଯ୍ୟରୁ ଓହରି ଯାଇପାରନ୍ତି । ମନ ଭିତରେ ମହା ଭୟ ସଞ୍ଚାର ହୋଇପାରେ । ଉଗ୍ର ସ୍ୱଭାବ ସମ୍ପନ୍ନ ହେବେ । ଶତ୍ରୁକୁ ବିନାଶ କରି ଧନ ପ୍ରାପ୍ତ ହୋଇପାରନ୍ତି । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ବହୁ ଶ୍ରମ କରି ଅଳ୍ପ ଫଳ ପାଇବେ । ଆୟ ମଧ୍ୟ ହ୍ରାସ ହେବ । ବ୍ୟବସାୟ ଲାଭଦାୟକ ନୁହେଁ ।
କର୍କଟ : ପରତର୍କରେ ନିମଜ୍ଜିତ ହୋଇ ଅର୍ଜନ କରିଥିବା ସୁନାମକୁ କଳଙ୍କ ମୁକ୍ତ ରଖନ୍ତୁ । ଆଜିର ଜୀବନ ଯୁଦ୍ଧରେ ପରାଜିତର ଭୟ ରହିଛି । ଦୀର୍ଘ ଦିନରୁ ସରକାରଙ୍କ ଉପରେ ଥିବା ବକେୟା ପ୍ରାପ୍ୟ ମିଳିପାରେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ମନ ବିବ୍ରତ ରହିବ । ପାରିବାରିକ ଜୀବନ ବିଡ଼ମ୍ବନା ପୂର୍ଣ୍ଣ ବୋଧ କରିବେ ।
ସିଂହ : ବହୁ ସୁଖର ଅଧିକାରୀ ହେବ । ସାଧୁ ସେବାରୁ ଓ ଦେବ ଦ୍ୱିଜଙ୍କ ଆଶୀର୍ବାଦରୁ ସନ୍ତାନମାନଙ୍କର ଅଶେଷ କଲ୍ୟାଣ ସାଧିତ ହେବ । ବିଦ୍ୟାପ୍ରାପ୍ତ ପରେ ଲେଖା ଲେଖିରେ ମନ ନିବେଶ କରିପାରନ୍ତି । ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ପାରିବାରିକ ଜୀବନ ଆମୋଦ ପ୍ରମୋଦରେ କଟିବ । ଚାକିରିରେ ଉପର ହାକିମମାନେ ସହାନୁଭୂତିଶୀଳ ହେବେ ।
କନ୍ୟା : ସାଧାରଣ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି । ସକଳ ଶାସ୍ତ୍ର ଅଧ୍ୟୟନ କରି ରାଜସଭାରେ ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରି ପ୍ରଶଂସାର ପାତ୍ର ହେବେ । ନାନାକଳ୍ପନା ଭିତରେ ବୁଡ଼ି ରହି ମଧ୍ୟ ଆନନ୍ଦ ପାଇବେ । କର୍ମକ୍ଷେତ୍ରରେ ସଫଳ ଯୋଗ । ଚାକିରିରେ ସୁନାମ ମିଳିବ । ବ୍ୟବସା

ରେ ଲାଭବାନ ହେବେ ।

ତୁଳା : କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି । ସନ୍ତାନ ଲାଳସାରେ ଜପତପ ଇତ୍ୟାଦି ଧର୍ମୀୟ ଭାବନା ଯୁକ୍ତ ହୋଇପାରନ୍ତି । ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଉତ୍ସାହିତ ହେବେ । ବନ୍ଧୁ ମିଳନ ଯୋଗ ଅଛି । ପାରିବାରିକ ଜୀବନରେ ସୁଖ ଶାନ୍ତି ପାଇବେ । ବ୍ୟବସାୟରେ ପ୍ରତିଷ୍ଠିତ ହେବେ ।
ବିଚ୍ଛା : ଭଜନ କୀର୍ତ୍ତନ କରି ସୁଖ ଲାଭ କରିପାରନ୍ତି । ହାସ୍ୟ ସୁଖରେ ଉପଦେଶ ଦେଇ ସହକର୍ମୀ ଓ ଅଧସ୍ତନ ମାନଙ୍କର ମନମୋହି ପାରନ୍ତି । ସମସ୍ତ କ୍ଷେତ୍ରରେ ନିରବ ମନୋବୃତ୍ତି ହେବା ଆଶା କରାଯାଏ । ଦୁଃସାହସିକ ପଦକ୍ଷେପ ନେଲେ ସଫଳତା ଅବ୍ୟାହତ ରହିବ । ପାରିବାରିକ ଜୀବନରେ ସୁଖୀ ହେବେ । ଦ୍ରବ୍ୟ ଲାଭ ଯୋଗ ରହିଛି । ଚାକିରିରେ ସୁଖ ସମ୍ମାନ ମିଳିବ । ବ୍ୟବସାୟରେ ଭଲ ଲାଭ ପାଇବେ ।
ଧନୁ : ଧନଲାଭରୁ ବଞ୍ôଚତ ହୋଇପାରନ୍ତି । ଘଟଣା ଚକ୍ରରେ ପଡ଼ି ବିବାଦ ଶୀଳ ହେବାର ସୂଚନା ମିଳୁଛି । ଗୁଣର ପ୍ରସାର ଘଟାଇବାକୁ ସୁଯୋଗ ମିଳିପାରେ । ଦୁଷ୍ଟ ସ୍ୱଭାବରୁ ନିବୃତ୍ତି ଗଲେ ମନରେ ସୁଖ ଆସିବ । ଆଇନ ଅଦାଲତରେ ଯୋଗ ଦେଇ ପାରନ୍ତି । ବକେୟା ଅର୍ଥ ରାଶି ପ୍ରାପ୍ତ ଯୋଗ ଅଛି । ଶତ୍ରୁମାନେ ଅସୁବିଧାରେ ପକାଇ ପାରନ୍ତି । ପାରିବାରିକ ଜୀବନରେ ପରସ୍ପର ସନ୍ଦେହ ବଢ଼ିବ । ଚାକିରିରେ ଆଶା ପୁରଣ ହେବ ।
ମକର : ଉତ୍ତମ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ କରିବାର ସୁଯୋଗ ସୃଷ୍ଟି ହୋଇଛି । ପ୍ରଖର ବୁଦ୍ଧି ସମ୍ପନ୍ନ ହେବେ । ବାକ୍ୟପଟୁ ହୋଇପାରନ୍ତି । ପ୍ରିୟ ଲୋକଙ୍କ ଦର୍ଶନ ପାଇ ଉତ୍‌ଫୁଲ୍ଲିତ ହେବେ । ଗରିବଙ୍କ ସାହା ହେବେ । ପରିବାରରେ ସମସ୍ତେ ଆପଣଙ୍କୁ ନିର୍ଭର କରିବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ଯୋଗ ରହିଛି । ବ୍ୟବସାୟ ଲାଭରେ ଚାଲିବ । କର୍ମକ୍ଷେତ୍ରରେ ସଫଳ ହେବେ ।
କୁମ୍ଭ : ଧନଲାଭରୁ ବଞ୍ôଚତ ହୋଇପାରନ୍ତି । ଘଟଣା ଚକ୍ରରେ ପଡ଼ି ବିବାଦଶୀଳ ହେବାର ସୁଚନା ମିଳୁଛି । ଗୁଣର ପ୍ରସାର ଘଟଣାଇବାକୁ ସୁଯୋଗ ମିଳି ନପାରେ । ଦୁଷ୍ଟ ସ୍ୱଭାବରୁ ନିବୃତ୍ତି ଗଲେ ମନରେ ସୁଖ ମିଳିବ । କର୍ମକ୍ଷେତ୍ରରେ ବହୁ କଷ୍ଟକରି ଅଳ୍ପ ଫଳ ପାଇବେ । ପରିବାର ସୁଖରୁ ବଞ୍ôଚତ ହେବେ ।
ମୀନ : ଉଦାରତା ଯୋଗୁଁ ସମସ୍ତଙ୍କ ପ୍ରିୟ ପାତ୍ର ହେବେ । ସେବା ଓ ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ । ଈଶ୍ୱରଙ୍କ ଉପରେ ଗଭୀର ବିଶ୍ୱାସ ଥିବାରୁ ଆପଣଙ୍କ ଆଶା ପୂରଣ ହେବ ।

Flip Book Link:

Related Post