Latest News

(୧୯ ରୁ ୨୪ ମାର୍ଚ୍ଚ -୨୦୨୪ ପର୍ଯ୍ୟନ୍ତ)

ଜ୍ୟୋତିର୍ବିଦ୍ ବାମଦେବ ନାୟକ 18/03/2024ଏ ସପ୍ତାହର ରାଶିଫଳ

ମେଷ : ଚତୁଃପାଶ୍ୱର୍ରୁ ସମସ୍ୟାକୁ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ବିଫଳତା । ବ୍ୟବସାୟରେ କ୍ଷୟକ୍ଷତି । ଚାକିରିରେ ଅସହଯୋଗ । ପାରିବାରିକ ଜୀବନରେ ପ୍ରୀତିହାନି । ଶରୀର ଓ ମନ ଚିନ୍ତା କାରଣରୁ ଅସୁସ୍ଥତା ଅନୁଭବ କରିବେ । ସମାଜସେବା ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ମନରେ ଅହଙ୍କାର ଆସିପାରେ । ଛାତ୍ରଛାତ୍ରୀ ବ୍ୟସ୍ତ ଭିତରେ ରହି ପାଠ ପଢିବେ ।
ବୃଷ : ଘର ଭିତରେ  ଶାନ୍ତିରେ ରହିବେ । ଚତୁଃପାଶ୍ୱର୍ରେ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଶୁଭଫଳ । ବ୍ୟବସାୟରେ ମଧ୍ୟମ ଆୟ ହେବା ନୂତନ ଯାନବାହାନ କିଣିପାରନ୍ତି । ପରିବାର ସୁଖ ଶାନ୍ତିରେ ରହିବେ । ଉତ୍ତମ ଭୋଜନ ମିଳିବ । ଚାକିରିରେ ଶୁଭ ସୂଚନା ମିଳେ । ନିତ୍ୟ ବ୍ୟାୟାମ କରି ସୁସ୍ଥ ରହିବେ । ଛାତ୍ରଛାତ୍ରୀ ଘରେ ରହି ପଢ଼ିବେ ।
ମିଥୁନ: କର୍ମ କ୍ଷେତ୍ରରେ ନାନା ବାଧା ଓ ବିଳମ୍ବ ଯୋଗ । ମିତ୍ର ସୁଖ ଲାଭ କରିପାରନ୍ତି । ଆୟ ଅବ୍ୟାହତ ରହିବ । ସହନଶୀଳ ଶାନ୍ତିପ୍ରିୟ ଓ ଉଦାରବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ପାରିବାରିକ ଜୀବନ ଆନନ୍ଦ ଉଲ୍ଲାସରେ କାଟିବେ । ସେବା କାର୍ଯ୍ୟରେ ନିପୁଣ ହେବେ । ଅନ୍ୟର ସହଯୋଗରେ ବ୍ୟବସାୟ ବଢ଼ିବ । ପାଠ ପଢ଼ାରେ ମଧ୍ୟମ ଫଳ ।
କର୍କଟ  : ଦୃଢ଼ ସଂକଳ୍ପ ଯୋଗୁଁ କାର୍ଯ୍ୟରେ ସଫଳ ପାଇବେ । ଚାକିରିରେ ପଦୋନ୍ନତି ହେବ । କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ଭ୍ରାତୃ ସହଯୋଗରେ ନେତୃତ୍ୱ ମିଳିବ । ରାଜନୀତିରେ ମନ ବଳାଇବେ । ନିର୍ମାଣାଦି କାର୍ଯ୍ୟ କରିପାରନ୍ତି । ଶରୀର ସାମାନ୍ୟ ଅସୁସ୍ଥ ହେବ । ବ୍ୟବସାୟରେ ଲାଭବାନ ହେବେ । ପଢ଼ାପଢ଼ିରେ ଆଗେଇବେ ।
ସିଂହ : ସୁଖ ସମ୍ମାନ ଲାଭ ଯୋଗ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳେ । ଆକସ୍ମିକ ସମସ୍ୟା ଦେଖାଦେବାର ଯୋଗ । ଶରୀର ସୁସ୍ଥ ରହିବ । କର୍ମକ୍ଷେତ୍ରରେ ମନସ୍କାମନା ପୂର୍ଣ୍ଣ ହେବ । ନୂତନ ବନ୍ଧୁ ସହଯୋଗ ପାଇବେ । ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ବ୍ୟବସାୟ ଭଲ ରହିବ । ମହିଳାମାନେ ଆନନ୍ଦ ପାଇବେ । ଚାକିରିରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ । ପଢ଼ାପଢ଼ିରେ ଭଲ ହେବ ।
କନ୍ୟା : ସାମାଜିକ ସେବା କାର୍ଯ୍ୟରେ ସମୟ ଦେଇ ସୁଖ ପାଇବେ । ଧର୍ମକାର୍ଯ୍ୟ ପାଇଁ ଆର୍ôଥକ ସାହାଯ୍ୟ ଦେଇପାରନ୍ତି । ଅଯଥା ବାହ୍ୟ ବିବାଦରେ ଭାଗନେଇ ଅପଦସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭ ହେବ । କାର୍ଯ୍ୟରେ ବାଧା ଉପୁଜିବ । ଶରୀର ସୁସ୍ଥ ରହିବ । ଚାକିରିରେ ସହଯୋଗ ରହିବ । ବିଦ୍ୟାର୍ଥ

ୀମାନେ ଚିନ୍ତିିତ ହୋଇ ପାଠ ପଢିବେ ।
ତୁଳା : ରୋଜଗାର ପାଇଁ ଚିନ୍ତିତ ରହିବେ । ଅନେକ ଦିନରୁ ଅଟକିଥିବା କାର୍ଯ୍ୟ ସାମାନ୍ୟ ଆଗକୁ ବଢ଼ିବ । ବନ୍ଧୁମାନଙ୍କ ସୂତ୍ରରୁ ସାହାଯ୍ୟ ପାଇପାରନ୍ତି । ଦାମ୍ପତ୍ୟଜୀବନ ସୁଖମୟ ହେବ । ଦେହ ଓ ମନ ଭଲ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବ୍ୟବସାୟ ଭଲ ହେବ । ଚାକିରିରେ ଉନ୍ନତି ହେବ । ଛାତ୍ରଛାତ୍ରୀମାନେ ପଢ଼ାରେ ଅଧିକ ଚିନ୍ତିତ ରହିବେ ।
ବିଚ୍ଛା : କର୍ମକ୍ଷେତ୍ରରେ ସଫଳ ଯୋଗ ରହିଛି । ମନ ପ୍ରସନ୍ନ ରହିବ । ଦେହ ଭଲ ରହିବ । ସବୁ ବାଧାବିଘ୍ନକୁ ଏଡ଼ାଇ ଆଗକୁ ବଢ଼ି ଚାଲିବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ ଯୋଗ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଆୟ ଅବ୍ୟାହତ ରହିବ । ଚାକିରିରେ ନୂତନ ନିଯୁକ୍ତି ଯୋଗ । ବ୍ୟବସାୟରେ ଲାଭ ହେବ । ଯଶସ୍ୱୀ ହେବେ । ପଢ଼ାରେ ସଫଳତା ପାଇବେ ।
ଧନୁ : ଶିଳ୍ପୋଦ୍ୟୋଗୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । କର୍ମକ୍ଷେତ୍ରରେ ଆଗେଇବେ । ଦେହ ମନ ସୁସ୍ଥ ରହିବ । ପାରିବାରିକ ଜୀବନ ସୁଖ ଶାନ୍ତିରେ ଚାଲିବ । ବିଦ୍ୱାନ ସାହସୀ ଓ ସମ୍ପତ୍ତିବାନ ହେବେ । ଆୟ ଅବ୍ୟାହତ ରହିବ । ଚାକିରିରେ ଉଚ୍ଚ ସମ୍ମାନ ଲାଭ । ବ୍ୟବସାୟରେ ପ୍ରଚୁର ଲାଭ । ଛାତ୍ରଛାତ୍ରୀ ଉଚ୍ଚ ଆଶା ପାଇବେ ।
ମକର : ଅନେକ ଚିନ୍ତା କରି ଅସୁସ୍ଥତା ଅନୁଭବ କରିବେ । କର୍ମକ୍ଷେତ୍ରରେ ବିଫଳ ଯୋଗ । ଧନ କ୍ଷୟ ହେବାର ସମ୍ଭାବନା । ପାରିବାରିକ ଜୀବନରେ ଅଶାନ୍ତି ଘଟିବ । ନିଚ ସ୍ତରର ଲୋକଙ୍କ ପାଇଁ ନିନ୍ଦିତ ହେବେ । ବ୍ୟବସାୟରେ ଦ୍ୱନ୍ଦ୍ୱ ବଢ଼ିବ । ଶତ୍ରୁ ବୃଦ୍ଧି ସାଙ୍ଗକୁ ଅଯଥା ଫସିବେ । ଚାକିରିରେ ଦ୍ୱନ୍ଦ୍ୱ ବଢ଼ିବ । ପାଠରେ ବ୍ୟାଘାତ ।
କୁମ୍ଭ : ଆକସ୍ମିକ ସମସ୍ୟା ମନକୁ ବିଷାଦିତ କରିପାରେ । ଲୋଭ ସମ୍ବରଣ କରିନପାରି ଅସୁବିଧାରେ ପଡ଼ିପାରନ୍ତି । ସତ୍‌ସଙ୍ଗରେ ସମୟ କାଟିବେ । ପରିବାରରେ ଅଶାନ୍ତି । ରୋଜଗାର ହ୍ରାସ । ପିତୃ ମାତୃ ସେବାରୁ ବଞ୍ଚିତ ହେବେ । ବ୍ୟବସାୟରେ କ୍ଷତି । ଚାକିରିରେ ଦଣ୍ଡିତ ହୋଇପାରନ୍ତି । ଶନିଦେବଙ୍କୁ ପୂଜା କରନ୍ତୁ । ବିଦ୍ୟାର୍ଥୀମାନେ ଚିନ୍ତିତ ହେବେ ।
ମୀନ : କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ସୁଖ ଖବର ପାଇଁ ଆନନ୍ଦିତ ହେବେ । କର୍ମକ୍ଷେତ୍ରରେ ଶାନ୍ତିଦାୟକ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିବେ । ଋଚିକର ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ସହାୟତା ମିଳିବ । ବ୍ୟବସାୟ ଲାଭ ସାଙ୍ଗକୁ କିଛି ଅର୍ଥ ପ୍ରାପ୍ତି ଯୋଗ ଅଛି । ପାଠପଢ଼ାରେ ସୁଫଳ ପାଇବେ ।

Flip Book Link:

Related Post