ଭୁବନେଶ୍ୱର ସତ୍ୟନଗରସ୍ଥିତ ପୂର୍ତ୍ତ ଡାକବଙ୍ଗଳା ସଭା କକ୍ଷରେ ‘ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା’ର ସାଧାରଣ ସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ବିଭାଗ ମୁଖ୍ୟ ପ୍ରଫେସର ରଘୁନାଥ ପଣ୍ଡା । ଡ. ଅଭୟ କୁମାର ନାୟକ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ । ଡ. ଅଭୟ ନାୟକ ଅଧୁନା ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନର କୁଳସଚିବ ରୂପେ କାର୍ଯ୍ୟରତ । ଏତତ୍ ବ୍ୟତୀତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡକ୍ଟର ସ୍ମରପ୍ରିୟା ମିଶ୍ର ଏବଂ ରାମଚନ୍ଦ୍ର ମର୍ଦରାଜ କଲେଜର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଉପାଧ୍ୟକ୍ଷ ରୂପେ, ଡକ୍ଟର ସନ୍ତୋଷ କୁମାର ମହାପାତ୍ର ସାଧାରଣ ସମ୍ପାଦକ, ନାରାୟଣ ନାୟକ ସଂଗଠନ ସମ୍ପାଦକ ଏବଂ ଅଜିତ କୁମାର ଦାଶ, ରାମକୃଷ୍ଣ ତ୍ରିପାଠୀ, ପ୍ରତିଭା ପ୍ରିୟଦର୍ଶିନୀଙ୍କୁ ସମ୍ପାଦକ ରୂପେ ନିର୍ବାଚିତ କରାଯାଇଥିଲା । ପ୍ରଦୀପ୍ତ କୁମାର ଦାସଙ୍କୁ
କୋଷାଧ୍ୟକ୍ଷ ଏବଂ ବିଭିନ୍ନ ଜିଲ୍ଲାରୁ ବାର ଜଣଙ୍କୁ ସଦସ୍ୟରୂପେ ନିର୍ବାଚିତ କରାଯାଇଥିଲା । ସେମାନେ ହେଲେ ଡ. ପ୍ରମୋଦିନୀ ଜେନା, ଡ. ଶି୍ୱପ୍ରିୟା ମିଶ୍ର, ଡ. କାଳୀକିଙ୍କର ପଟ୍ଟନାୟକ, ଅବିନାଶ ଦାସ, ଭ୍ରମରବର ସାହୁ, ସଂଯୁକ୍ତା ପରିଚ୍ଛା, ଡ. କଲ୍ୟାଣୀ ମିଶ୍ର, ଗୋପାଳକୃଷ୍ଣ ପାଢ଼ୀ, ଗିରିଜା ଶଙ୍କର ରଥ, ଡ. ରମାକାନ୍ତ ମହାନ୍ତ, ପ୍ରମୋଦ କୁମାର ପରିଡ଼ା, ଡ. ରଘୁନାଥ ଓଝା । ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ନୂତନ ଭାବେ ନିର୍ବାଚିତ ଅଧ୍ୟକ୍ଷ ଡ. ଅଭୟ ନାୟକ କହିଲେ ଯେ ଜାତୀୟ ସ୍ତରରେ ଓଡ଼ିଆ ସାହିତ୍ୟ କେମିତି ଅଗ୍ରଭାଗରେ ରହିପାରିବ ସେଥିପାଇଁ ପ୍ରଯତ୍ନ କରାଯିବା ସଙ୍ଗେ ସଙ୍ଗେ ଓଡ଼ିଶାର ପ୍ରତି ଜିଲ୍ଲାରେ ସାହିତ୍ୟ ସଂଗଠନ ମାଧ୍ୟମରେ ପରିଷଦର ଆଭିମୁଖ୍ୟକୁ ବିସ୍ତାର କରାଯିବ ।
ନୂତନ ଭାବେ ମନୋନୀତ ହୋଇଥିବା ସାଧାରଣ ସମ୍ପାଦକ ଡକ୍ଟର ସନ୍ତୋଷ କୁମାର ମହାପାତ୍ର ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ସଂଗଠନ ସମ୍ପାଦକ ନାରାୟଣ ନାୟକ ସଂଗଠନ ବିସ୍ତାର ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
Flip Book Link: