୧୦ ମାର୍ଚ୍ଚ ୨୦୨୪ ରିଖ, ରବିବାର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଆଦରଣୀୟ ସ୍ୱର୍ଗତ ହରିହର ନନ୍ଦଙ୍କ ପୁଣ୍ୟତିଥି ଅବସରରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଭାରତୀୟ ସଂସ୍କୃତି ପ୍ରଚାର ସମିତି, ବାଲେଶ୍ୱର ତରଫରୁ ଏକ ବିଶାଳ ରକ୍ତଦାନ ଶିବିର ବାଲେଶ୍ୱର ସହର ସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପଙ୍କଜ ପାଟିଲ ଯୋଗ ଦେଇ ରକ୍ତଦାନର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବ
େ ଶ୍ରଦ୍ଧେୟ ରଘୁନାଥ ପାତ୍ର ଯୋଗ ଦେଇ ଆଦରଣୀୟ ହରିହର ନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଭାରତୀୟ ସଂସ୍କୃତି ପ୍ରଚାର ସମିତିର ସଭାପତି ଶ୍ରୀଯୁକ୍ତ ଭଗବାନ ଦାସ ଖଣ୍ଡେଲୱାଲ ମଞ୍ଚ ପରିଚାଳନା କରିବା ସହ ଉପସ୍ଥିତ ରକ୍ତଦାତା, ରକ୍ତଭଣ୍ଡାରର ଅଧିକାରୀ ଓ ସ୍ୱୟଂସେବକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା କାର୍ଯ୍ୟବାହ ଶ୍ରୀଯୁକ୍ତ ବିଜୟ କୁମାର ଦାସ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ଏହି ଶିବିର ରୁ ୭୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
Flip Book Link: