ସଂଘର ପୂର୍ବତନ ତହସିଲ ସଂଘଚାଳକ ଶ୍ରୀଯୁକ୍ତ ମଧୁସୂଦନ ପାତ୍ରଙ୍କ ସ୍ୱନକ୍ଷତ୍ର ଦିବସ ତାଙ୍କ ସାନ ମୂଳବସନ୍ତ ବାସଭବନରେ ବଡ଼ ଧୁମ୍ଧାମରେ ପାଳିତ ହୋଇ ଯାଇଛି । ବହୁ ସ୍ୱୟଂସେବକ ତଥା ବିଭିନ୍ନ କ୍ଷେତ୍ର କାର୍ଯ୍ୟକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଉକ୍ତଦିନ ଗ୍ରାମଦେବତୀ ମାର୍ଜନ, ଦୀପ ପ୍ରଜ୍ଜ୍ୱଳନ ଦେବାର୍
୍ଚନ, ପଭୁ ଶ୍ରୀରାମଙ୍କର ପୂଜନ, ଭଜନ ସମାରୋହ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା । ନିମନ୍ତ୍ରିତ ଅତିଥିଙ୍କୁ ସମ୍ମାନିତ ପୂର୍ବକ ସ୍ଥାନୀୟ ଅଞ୍ଚଳର ମେଧାବୀ ଛାତ୍ର ଛାତ୍ରୀଙ୍କୁ ମଧୁସୂଦନ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ମଧ୍ୟାହ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ସବୁ ମତପନ୍ଥ ନିର୍ବିଶେଷରେ ଏକ ଭବ୍ୟ ସହଭୋଜର ଆୟୋଜନ କରାଯାଇଥିଲା ।
Flip Book Link: