Latest News

ଦୁର୍ଘଟଣାରେ ସ୍ୱୟଂସେବକଙ୍କ ଅକାଳ ବିୟୋଗ

ରାଷ୍ଟ୍ରଦୀପ 25/03/2024ସମାଚାର ବିବିଧା

 ଧର୍ମଶାଳା ବ୍ଲକ୍ କଦମପାଳ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଈଶ୍ୱର ଚନ୍ଦ୍ର ପ୍ରଧାନଙ୍କ ଏକମାତ୍ର ପୁତ୍ର ଭାରତ ଭୂଷଣ ପ୍ରଧାନ ଓରଫ ଶିବୁ (୨୨) ମହାଶିବରାତ୍ରି ଦିନ ଶୈବପୀଠକୁ ଦର୍ଶନ କରିବାକୁ ବନ୍ଧୁ ସହ ବାଇକ୍‌ରେ ଯାଉଥିଲେ । ହଠାତ୍ ବାଇକ୍ ସମ୍ମୁଖରେ ବାଛୁରୀ ପଶି ଯିବାରୁ ଭାରସାମ୍ୟ ହରାଇ ଦୁଇବନ୍ଧୁ ରାସ୍ତାକୁ ଛିଟିକି ପଡ଼ିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡ଼ିକାଲ୍ ପଠାଇଥିଲେ । ହେଲେ ଡାକ୍ତର ସେଠାରେ ଶିବୁଙ୍କୁ ମୃତ ଘୋଷଣା କରିବା ସହିତ ଅନ୍ୟ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲ୍‌କୁ ପଠାଇ ଦେଇଥିଲେ । ଶିବୁ ଭାଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କଦମପାଳ ଶାଖାର

ସ୍ୱୟଂସେବକ ଥିଲେ । ଦୁର୍ଘଟଣାଟି ଢେଙ୍କାନାଳ ଜିଲ୍ଲା କାଶିପୁର ନିକଟ ମଙ୍ଗଳା ମନ୍ଦିର ପାଖରେ ଘଟିଥିଲା । ଶିବୁ କିଛିଦିନ ହେବ ଢେଙ୍କାନାଳ ଜିଲ୍ଲା ପିଙ୍ଗୁଆ ସ୍ଥିତ ମାମୁଘରେ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ପ୍ରକାଶଯୋଗ୍ୟ ଯେ ଶିବୁଙ୍କ ପିତା ଈଶ୍ୱର ଚନ୍ଦ୍ର ପ୍ରଧାନ ଦୀର୍ଘବର୍ଷ ଧରି ରାଷ୍ଟ୍ରଦୀପର ବିତରକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଶିବୁର ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ପହଞ୍ôଚ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ରାଷ୍ଟ୍ରଦୀପ ପକ୍ଷରୁ ଶିବୁଙ୍କର ଆତ୍ମାର ସଦ୍‌ଗତି ପାଇଁ ବିନମ୍ର ଶ୍ରଦ୍ଧାଞ୍ଜଳି ।

Flip Book Link:

Related Post