୧୧ ଫେବୃଆରୀରେ ଭୁବନେଶ୍ୱରର ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ବାଲ ପ୍ରତିଭା ସମ୍ମାନ ୨୦୨୪ ଆୟୋଜିତ ହୋଇଥିଲା । ଏହି ଶିବିରରେ ୭୫୦ ପିଲାଙ୍କ ମଧ୍ୟରୁ ୩୦୪ ଜଣ ଏବଂ ସେମାନଙ୍କ ପିତାମାତା ଏବଂ ବ୍ଲକର ସମସ୍ତ ୩୯ ବାଲ ସଂସ୍କାର କେନ୍ଦ୍ରର ଶିକ୍ଷକ ଅଂଶଗ୍ରହଣ କରିଥିଲେ । ଉଦ୍ଘାଟନୀ ସମାରୋହରେ ଉତ୍କଳ ବିପନ୍ନ ସହାୟତା ସମିତିର ସମ୍ପାଦକ ଅଚ୍ୟୁତାନନ୍ଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ସୋଲାର ଶକ୍ତି ବ୍ୟବସାୟୀ କମଲେଶ ସିଂ ଅତିଥି ଭାବରେ, ମୁଖ୍ୟ ବକ୍ତା ଭାବରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗରେ କାର୍ଯ୍ୟରତ ଇଞ୍ଜିନିୟର ତଥା ସହ ପ୍ରାନ୍ତକାର୍ଯ୍ୟବାହ ସୁଦର୍ଶନ ଦାସ ଉପସ୍ଥିତ ଥିଲେ । ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ପରେ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ଶାରୀରିକ, ବୌଦ୍ଧିକ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇଥିଲା । ଶାରୀରିକ କାର୍ଯ୍ୟକ୍ରମ ଅଧୀନରେ ପ୍ରତିଯୋଗିତାମୂଳକ ପାରମ୍ପରିକ ଖେଳ ପୁଚି ଏବଂ ରଙ୍ଗୋଲି କାର୍ଯ୍ୟକ୍ରମ ଓ ବୌଦ୍ଧିକ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ପ୍ରତିଯୋଗିତା
ବିତର୍କ ଏବଂ ସାଧାରଣ ଜ୍ଞାନ କାହାଣୀ ଶୁଣାଇବା, ଏକାକୀ ଓ ସାମୂହିକ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ସମାରୋହ କାର୍ଯ୍ୟକ୍ରମରେ ବର୍ଷାରାଣୀ ରାଉତ ଦେଶାତ୍ମବୋଧ ଗୀତ ଗାଇଥିଲେ । ମୁଖ୍ୟଅତିଥି ଭାବରେ ନାଲ୍କୋର ମାନବ ସଂସାଧନ ବିକାଶ ନିର୍ଦ୍ଦେଶକ ରାଧେଶ୍ୟାମ ମହାପାତ୍ର ମୁଖ୍ୟ ଅତିଥି ଭାବରେ । ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଫେସର ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତକାର୍ଯ୍ୟବାହ ଅନୀଲ ମିଶ୍ର ଓ ସେବା ଭାରତୀର ସମ୍ପାଦକ ଡା. ରାମକୁମାରଜୀ (ନୂଆଦିଲ୍ଲୀ) ଉପସ୍ଥିତ ଥିଲେ । ପୁରସ୍କାର ବିତରଣ ପରେ ଉପସ୍ଥିତ ସମ୍ମାନିତ ଅତିଥିମାନେ ସେମାନଙ୍କର ବିଚାର ଉପସ୍ଥାପନା କରିଥିଲେ । ଲାବଣ୍ୟମୟୀ ଜେନା ଆୟୋଜକମାନଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଅତିଥିମାନଙ୍କୁ ବିଶେଷ କୃତଜ୍ଞତା ଜଣାଇଥିଲେ । ସଂଗଠନ ମନ୍ତ୍ରୀ କୈଳାଶ ଚନ୍ଦ୍ର ଜେନା, ପ୍ରଶିକ୍ଷଣ ପ୍ରମୁଖ ଅଜୟ କୁମାର ଦାସ, ସେବା ଭାରତୀର ପୂର୍ଣ୍ଣକାଳୀନ ସଦସ୍ୟ ଦୀପ୍ତିମୟୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।
Flip Book Link: