Latest News

ଏମିତି ବି ହୁଏ ବାହାଘର

ରାଷ୍ଟ୍ରଦୀପ 25/03/2024ସମାଚାର ବିବିଧା

 ବିପ୍ଳବୀ କବିତା ମାଧ୍ୟମରେ ପରିଚୟ ସୃଷ୍ଟି କରିଥିବା କବି ସ୍ୱର୍ଗତ ନୃପତି ଦେହେରାଙ୍କ ଜନ୍ମମାଟି ଝାରସୁଗୁଡ଼ା ଜିଲ୍ଲା ଉପାନ୍ତ ୧୯ଖଣ୍ଡ ମୌଜା ଧୁଲୁଣ୍ଡା ଗ୍ରାମର କବି କହ୍ନେଇ ସାହୁ ନିଜର ନିଆରା ବାହାଘର ପାଇଁ ଏବେ ଚର୍ଚ୍ଚିତ । ତାଙ୍କ ବାହାଘର ହୋଇଥିଲା ସମ୍ପୂର୍ଣ୍ଣ ଜାନିଯୌତୁକ ଓ ବାଜା ବିହୀନ । ପଡ଼ୋଶୀ ଛତିଶଗଡ଼ର ରାୟଗଡ଼ ସହରର ଏକ ଅନାଥାଶ୍ରମରେ କନ୍ୟା ବନି ସହିତ ଶୁଦ୍ଧ ପରିବେଶରେ ବାହାଘର ଥିଲା ନିଆରା । ଅନାଥାଶ୍ରମର ନିଷ୍ପାପ ଶିଶୁଙ୍କୁ ସ୍କୁଲ ବ୍ୟାଗ ଓ ପାଠ୍ୟ ଉପକରଣ ପ୍ରଦାନ ସହିତ ନିଜ ବାହାଘର ପରେ ନିଜ ଗ୍ରାମ ଧୁଲୁଣ୍ଡାରେ ଉଭୟ ନବଦମ୍ପତିଙ୍କ ସହିତ ୫୧ ଜଣ ରକ୍ତଦାନ କରିବା ସହ ୧୭ ଜଣ ଚକ୍ଷୁ ଦାନ ପାଇଁ ସଂକଳ୍ପ କରିଥିଲେ । ଆଗନ୍ତୁକ ଅତିଥିଙ

କୁ ଏକ ହଜାରରୁ ଅଧିକ ଚାରା ବଣ୍ଟନ କରିବା ସହିତ ପରିବେଶ ସୁରକ୍ଷାର ସଂକଳ୍ପ ନେଇଥିଲେ । ଏହା ସହିତ ବିଶିଷ୍ଟ କବି ସ୍ୱର୍ଗତ ନୃପତି ଦେହେରାଙ୍କ ନାମରେ ଉକ୍ତ ଗ୍ରାମରେ ଏକ ପାଠାଗାରର ଉନ୍ମୋଚନ ହୋଇଥିଲା । ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ ବିବାହ ଅବସରରେ ତାଙ୍କ ରଚିତ ବହୁ ଚର୍ଚ୍ଚିତ କବିତା ପୁସ୍ତକ ‘ଲାଲ ପାଏଁନ୍‌’ର ଉନ୍ମୋଚନ ହୋଇଥିଲା । ବିବାହ କାର୍ଡରେ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ଖଣ୍ଡେ ଖଣ୍ଡେ ଭଗବତ ଗୀତା ପୁସ୍ତକ ଉପହାର ଦିଆଯିବା ସହିତ ଅଞ୍ଚଳ ତଥା ଅଞ୍ଚଳ ବାହାରୁ କବି, ଲେଖକ, ସାମାଜିକ କର୍ମୀ ତଥା ବୁଦ୍ଧିଜୀବୀଙ୍କୁ ଆମନ୍ତ୍ରଣ ପୂର୍ବକ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ସରଳ ବିବାହ ଆଦିର ଏକ ସୁନ୍ଦର ବାର୍ତ୍ତା ହୋଇପାରିଛି ।

Flip Book Link:

Related Post